ମହାବାତ୍ୟାକୁ ପୂରିଲା ୨୩ ବର୍ଷ, ଯାହାର ତାଣ୍ଡବରେ ଓଡ଼ିଶା ଭିତ୍ତିଭୂମି ସମ୍ପୂର୍ଣ୍ଣ ହୋଇଯାଇଥିଲା ଛାରଖାର

ଜଗତସିଂହପୁର(କେନ୍ୟୁଜ୍): ମହାବାତ୍ୟାକୁ ପୂରିଲା ୨୩ ବର୍ଷ । ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି ବାତ୍ୟା ତାଣ୍ଡବର ମହାବିପର୍ଯ୍ୟ। ହଜାର ହଜାର ଲୋକଙ୍କ ଜୀବନହାନି, ଧନସମ୍ପତ୍ତି ନଷ୍ଟ । ଓଡ଼ିଶା ଭିତ୍ତିଭୂମି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା । ମହାବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା । ଏରସମା ଓ ବାଲିକୁଦା ମଧ୍ୟରେ ମାଡ଼ ହୋଇଥିଲା । ଜିଲ୍ଲାର ଆଠଟି ବ୍ଲକ ଓ ଦୁଇଟି ପୌରପରିଷଦରେ ତାଣ୍ଡବ ରଚିଥିଲା ବାତ୍ୟା । କଚା ଘର ସବୁ ମାଟିରେ ମିଶିଯାଇଥିଲା । ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିଲା ଏରସମା ବ୍ଲକ । ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ଏରସମା ବ୍ଲକର ଗୋଟେ ପରେ ଗୋଟେ ଗାଁ । ନିଶ୍ଚିହ୍ନ ହୋଇଯାଇଥିଲା ଆମ୍ବିକି ଗାଁ।

ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା ଷଣ୍ଢକୁଦ ବସ୍ତି । କେଉଁଠି ବାପାମାଆଙ୍କ ସାମ୍ନାରେ ପିଲାମାନେ ଭାସିଗଲେ ତ ଆଉଁ କେଉଁଠି କୋଉଠି ସ୍ତ୍ରୀ ସାମ୍ନାରେ ଭାସିଗଲେ ସ୍ୱାମୀ । ନିଖୋଜ ହୋଇଥିଲେ ୮ ହଜାରରୁ ଅଧିକ ଲୋକ । ୭ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ୩ ଲକ୍ଷ ୧୫ ହଜାରରୁ ଅଧିକ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ । ବାସହୀନ ହୋଇଥିଲେ ଲକ୍ଷାଧିକ ଲୋକ। କେବଳ ନଲଭେଡୀ ଗାଁରେ ପ୍ରାଣ ହରାଇଥିଲେ ୨୮୦ ଲୋକ । ନିଶ୍ଚିହ୍ନ ହୋଇଯାଇଥିଲେ ୧୦ ପରିବାର । ୨୩ ହଜାର ୧୨୯ଟି ଘର ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଥିଲା । ଉଜୁଡି ଯାଇଥିଲା ଫସଲ । ଚାଷ ଜମି ପାଲଟିଯାଇଥିଲା ସମୁଦ୍ର । ମହାବାତ୍ୟା ପରେ ବଦଳିଗଲା ସରକାର । ନୂଆ ସରକାରର ମଙ୍ଗ ଧରିଥିଲେ ନବୀନ ପଟ୍ଟନାୟକ ।

ସରକାରଙ୍କ ଯୋଜନାରେ ଉପକୃତ ହେଉଛନ୍ତି ଲୋକ । ବଢିଛି ବାତ୍ୟା ଆଶ୍ରୟସ୍ଥଳ ସଂଖ୍ୟା । ଝଡ଼ ମୁହଁରୁ ଲୋକଙ୍କୁ ରକ୍ଷା କରିବାକୁ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ । ଯାହା ଲୋକଙ୍କୁ ଅଶ୍ୱସ୍ତି ଦେଇଛି । ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା କରିବା, ବାତ୍ୟା ଆଶ୍ରୟସ୍ଥଳରେ ଖାଦ୍ୟ ବ୍ୟବସ୍ଥା କରିବା ଏବଂ ଲୋକଙ୍କୁ ଆଗୁଆ ସୂଚନା ପ୍ରଦାନ କରି ପ୍ରଶଂସାର ପାତ୍ର ହୋଇଛନ୍ତି ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.