ବିଶ୍ଵ ଦେଖିବ ଓଡ଼ିଶାର ପର୍ଯ୍ୟଟନ, ରାଜ୍ୟ ସରକାରଙ୍କ ପକ୍ଷରୁ ଚିହ୍ନଟ ୧୭ଟି ସ୍ଥାନର କରାଯାଉଛି ବିକାଶ

ଭୁବନେଶ୍ୱର(କେନ୍ୟୁଜ୍): ବିଶ୍ଵ ଦେଖିବ ଓଡ଼ିଶାର ପର୍ଯ୍ୟଟନ । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଜଣେ ପର୍ଯ୍ୟଟକ ଓଡ଼ିଶାରୁ ଯେପରି ଭଲ ପର୍ଯ୍ୟଟନ ଅଭିଜ୍ଞତା ନେଇ ଫେରିପାରିବେ ସେଥିପାଇଁ ଉଦ୍ୟମ ହେଉଛି । ୧୭ଟି ସ୍ଥାନ ଚିହ୍ନଟ ହୋଇ ବିକଶିତ କରାଯାଉଛି ବୋଲି ଓଡ଼ିଶା ‘ଟ୍ରାଭେଲ ବଜାର’ର ଚତୁର୍ଥ ସଂସ୍କରଣ ଉଦଘାଟନ କରିବା ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆମ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ କାମ ଜାରି ରହିଛି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି । ସେହି ସମ୍ଭାବନା ବିଷୟରେ ଦେଶ ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆୟୋଜିତ ହେଉଛି ଓଡ଼ିଶା ଟ୍ରାଭେଲ ବଜାର ।

ଚତୁର୍ଥ ସଂସ୍କରଣରେ ୨୫ଟି ବିଦେଶୀ ଏବଂ ଭାରତର ୮୩ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି । ଟୁର୍‌ ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ନିଆଯିବ । ନିବେଶକ ଏବଂ ଏୟାରଲାଇନ୍ସମାନଙ୍କ ସହ ବି-2-ବି ବୈଠକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.