ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ପାଇଁ ସୁପାରିଶ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ପାଇଁ ସୁପାରିଶ। ମାଡ୍ରାସ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଛନ୍ତି। ସୁପ୍ରିମ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୧ ଜାନୁଆରୀ ୪ ତାରିଖରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମୁରଲୀଧର କାର୍ଯ୍ୟ କରି ଆସୁଛନ୍ତି।

୧୯୮୪ ମସିହାରେ ଚେନ୍ନାଇରେ ଓକିଲାତି ପ୍ରାକ୍ଟିସ ଆରମ୍ଭ କରିଥିଲେ ଜଷ୍ଟିସ ଏସ ମୁରଲୀଧର। ୧୯୮୭ ମସିହାରେ ସେ ଦିଲ୍ଲୀ ସ୍ଥାନାନ୍ତରିତ ହୋଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍‌ଟିସ ଆରମ୍ଭ କଲେ। ୨୦୦୬ ମସିହାରେ ସେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୦ ମାର୍ଚ୍ଚ ୬ ତାରିଖରେ ତାଙ୍କର ପଞ୍ଜାବ ହରିୟାଣା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା। ଏହାପରେ ୨୦୨୧ ଜାନୁଆରୀ ୪ ତାରିଖରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି ଜଷ୍ଟିସ ଏସ ମୁରଲୀଧର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.