ପୁରୀ ଛଡ଼ା ଅନ୍ୟ କେଉଁଠି ଅନୁଷ୍ଠିତ ହେବନି ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେ ନ୍ୟୁଜ): ଏଥର କେବଳ ପୁରୀରେ ହେବ ରଥଯାତ୍ରା । ପୁରୀ ଛଡ଼ା ରାଜ୍ୟର ଅନ୍ୟ ସବୁଠି ରଥଯାତ୍ରାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ଦାୟର ସମସ୍ତ ଆବେଦନ ଖାରଜ କରାଯାଇଛି। ରୁଜୁ ହୋଇଥିବା ଏକାଧିକ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି.ରମଣାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ ରଖାଯାଇଛି। କେନ୍ଦ୍ରାପଡ଼ା ବଳଦେବ ଜୀଉ, ନୀଳଗିରି ଓ ଭଟଲିରେ ରଥଯାତ୍ରା ନହେବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖାଯାଇଛି।

ପ୍ରଧାନ ବିଚାରପତି କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଖଣ୍ଡପୀଠ ଏପରି ରାୟ ଶୁଣାଇବାକୁ ନାଚାର । ଆସନ୍ତାବର୍ଷ ମହାପ୍ରଭୁ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା କରୁଛୁ ବୋଲି କହିଛନ୍ତି CJI ଏନ୍‌.ଭି.ରମଣା । ସେ ରଥଯାତ୍ରା ପାଇଁ ପୁରୀ ଯିବାକୁ ଇଛା କରିଥିଲେ, ଦେଶର ସ୍ୱାସ୍ଥ୍ୟ ପରିସ୍ଥିତିକୁ ନଜରରେ ରଖି ଘରେ ରହି ପୂଜା କରିବେ ବୋଲି କହିଛନ୍ତି CJI ଏନ୍‌.ଭି.ରମଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.