ରାଜ୍ୟରେ ମାଟ୍ରିକ ପରୀକ୍ଷା ନେଇ ଦେଖାଯାଇଛି ସସ୍‌ପେନ୍‌ସ, ଏପ୍ରିଲ ୩୦ପରେ ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି : ସମୀର ଦାଶ

ଭୁବନେଶ୍ବର: ସିବିଏସଇ ନିଷ୍ପତ୍ତି ପରେ ଏବେ ରାଜ୍ୟରେ ମାଟ୍ରିକ ପରୀକ୍ଷା ନେଇ ସସ୍‌ପେନ୍‌ସ ଦେଖାଯାଇଛି। ଅନେକ ରାଜ୍ୟରେ ସରକାର ସେଠାକାର ସଂକ୍ରମଣ ସ୍ଥିତି ଦେଖି ସିବିଏସଇ ପରୀକ୍ଷା ବନ୍ଦ ପାଇଁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାରେ ନବମ ଶ୍ରେଣୀ ପରୀକ୍ଷା ସଂପର୍କରେ ମଧ୍ୟ ଏପ୍ରିଲ ୩୦ ତାରିଖ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ କେବଳ ଦ୍ୱାଦଶ ଓ ଦଶମ ଶ୍ରେଣୀରେ ଶିକ୍ଷାଦାନ ଚାଲିଛି। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ନିର୍ଘଣ୍ଟ ହୋଇଛି। ୬ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ। କରୋନା ପାଇଁ ସେମାନେ ପ୍ରତି ବିଷୟରେ ୮୦ ନମ୍ବରର ପରୀକ୍ଷା ଦେବେ। ତେବେ ମୂଲ୍ୟାୟନ ଶହେ ନମ୍ବର ଭାବେ ଗ୍ରହଣ କରାଯିବ। ଏବେ ସିବିଏସଇର ନିଷ୍ପତ୍ତି ପରେ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ନେଇ କଣ ନିଷ୍ପତ୍ତି ନେବେ ତା ଉପରେ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.