ଆଇଓସିଏଲ ଗେଟ୍ ନିକଟରେ ସନ୍ଦିଗ୍ଧ ଆଟାଚି, ବମ୍ ଥିବା ସନ୍ଦେହ

ଆଇଓସିଏଲ ଗେଟ୍ ନିକଟରେ ସନ୍ଦିଗ୍ଧ ଆଟାଚି। ଆଟାଚିରେ ବମ୍ ଥିବା ସନ୍ଦେହ ହେଉଛି । ଆଇଓସିଏଲର ଉଭୟ ଫାଟକକୁ ବନ୍ଦ କରାଯାଇଥିଲା। ଫଳରେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଘଟଣା ସ୍ଥଳରେ ଆଇଓସିଏଲର ଅଗ୍ନିଶମ ବିଭାଗ ପହଞ୍ଚି ଆଟାଚ ଉପରକୁ ଟାଣି ସ୍ପ୍ରେ କରିଥିଲେ।

ପାରାଦୀପ (କେନ୍ୟୁଜ): ଆଇଓସିଏଲ ଗେଟ୍ ନିକଟରେ ସନ୍ଦିଗ୍ଧ ଆଟାଚି। ଆଟାଚିରେ ବମ୍ ଥିବା ସନ୍ଦେହ ହେଉଛି । ଆଜି ସକାଳୁ ଆଇଓସିଏଲର ମୁଖ୍ୟ ଫାଟକ ନିକଟରେ ଏକ ସନ୍ଦିଗ୍ଧ ଆଟାଚ ପଡ଼ିଥିବା ଲୋକମାନେ ଦେଖି ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇଥଲେ । ଏହାପରେ କର୍ତ୍ତୃପକ୍ଷ ଅଭୟଚାନ୍ଦପୁର ଥାନା ଅଧିକାରୀଙ୍କୁ ଜଣାଇବାପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏବଂ ଆଇଓସିଏଲର ଉଭୟ ଫାଟକକୁ ବନ୍ଦ କରାଯାଇଥିଲା। ଫଳରେ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଘଟଣା ସ୍ଥଳରେ ଆଇଓସିଏଲର ଅଗ୍ନିଶମ ବିଭାଗ ପହଞ୍ଚି ଆଟାଚ ଉପରକୁ ଟାଣି ସ୍ପ୍ରେ କରିଥିଲେ।

ତେବେ ଆଟାଚରେ କଣ ଅଛି ଜାଣିବା ପାଇଁ ଘଟଣାସ୍ଥଳରେ ସିଆଇଏସଏଫ ଯବାନଙ୍କ ସମେତ ଡଗ ସ୍କ୍ବାଡ ଆସି ପହଞ୍ଚିଥିଲା। ମୁଖ୍ୟ ଗେଟ୍ ସମେତ ଆଖପାଖ ଅଞ୍ଚଳରେ ପ୍ରହରା କଡାକଡି କରାଯାଇଥିଲା। ତେବେ ସବିଶେଷ ତଥ୍ୟ ଅନୁଯାୟୀ ଘଟଣା ସ୍ଥଳରେ ଜଣେ ଯୁବକ ଆସି ପହଞ୍ଚି ସେ ଆଟାଚ ମୋର ବୋଲି ଦାବି କରିଥିଲେ। ତେବେ ଗତକାଲି ସେ ଆଟାଚ ଛାଡି ଚାଲିଯାଇଥିଲା ଏବଂ ସେ ଆଟାଚରେ ଜେଜେ ଏଣ୍ଟରପ୍ରାଇଜେସର କିଛି ଇନସଷ୍ଟ୍ରୃମେଣ଼ଟ ସହ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଥିଲା ବୋଲି ଯୁବକ କହୁଛି। ତେବେ ଘଟଣା ସ୍ଥଳରୁ ଅଭୟଚାନ୍ଦପୁର ପୋଲିସ ଆଟାଚକୁ ଜବତ କରିବା ସହ ଯୁବକକୁ ନେଇ ଅଧିକ ପଚରା ଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.