କେନ୍ଦୁଝର: ଜଙ୍ଗଲ ନିଆଁରେ ଜଳିଗଲା L&T କମ୍ପାନୀର ଅସ୍ଥାୟୀ କ୍ୟାମ୍ପ
କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଖୁଣ୍ଟାପଡା ନିକଟ ପାଞ୍ଚଗଛିଆ ଜଙ୍ଗଲରେ ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ନିଆଁର ମାତ୍ର ଏତେ ଥିଲା ଯେ ଆୟତ୍ତ ବାହାରେ ହୋଇଯାଇଥିଲା । ଶେଷରେ ଏହି ନିଆଁ ଉଗ୍ର ରୂପ ଧାରଣ କରିବା ସହ L&T କମ୍ପାନୀର ଅସ୍ଥାୟୀ କ୍ୟାମ୍ପ ଜଳି ପୋଡି ପାଉଁଶ ହୋଇଯାଇଛି। ବର୍ତ୍ତମାନ ଜିଲ୍ଲାରେ ଘରେ ଘରେ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟରେ L&T କମ୍ପାନୀ ପକ୍ଷରୁ କାମ ଜୋରସୋର ଚାଲୁଅଛି ।
L&T କମ୍ପାନୀର କର୍ମଚାରୀ ଏହି ଅସ୍ଥାୟୀ କ୍ୟାମ୍ପରେ ରହୁଥିଲେ। ତେବେ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିଲେ ସୁଦ୍ଧା L&T କ୍ୟାମ୍ପର ଭିତରେ ଥିବା ଜିନିଷପତ୍ର ନଷ୍ଟ ହୋଇଯାଇଛି । ଖବର ପାଇ ତେଲକୋଇର ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ।