ସୁନ୍ଦରୀ ଲୁଟେରା ! ରୂପ ଜାଲରେ ଫସେଇ ଲୋକଙ୍କ ଠାରୁ ଗାୟବ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା

ବଲିଉଡ ଠାରୁ ଆରମ୍ଭ କରି ଓଲିଉଡ ପର୍ଯ୍ୟନ୍ତ ଏମିତିକି ଯାତ୍ରା ଜଗତରେ ବି ସୁନ୍ଦରୀ ଚୋରଣୀ ମାନଙ୍କ ଦୃଷ୍ଟାନ୍ତ ତଥା କାହାଣୀର ଅଭାବ ନାହିଁ । କିନ୍ତୁ ଏହି କାହାଣୀଯେ ସତ ଘଟଣାରେ ପରିଣତ ହୋଇପାରେ ତାହା ହୁଏତ ଆପଣ ବିଶ୍ୱାସ କରୁନଥିବେ । କିନ୍ତୁ ଏମୀତିହିଁ ଏକ ସତ ଘଟଣା ନିକଟରେ ଘଟିଛି । ତାହା ପୁଣି ଓଡ଼ିଶାରେ । ରାଜ୍ୟର ଅନୁଗୁଳ ଓ ତାଳଚେର ପୋଲିସ ହାତରେ ଧରାପଡ଼ିଛନ୍ତି ଜଣେ ସୁନ୍ଦରୀ ଲୁଟେରା । କେହି କେହି ତ ତାଙ୍କୁ ମିସ୍‌ 420 ବୋଲି ବି କହୁଛନ୍ତି । ଖୁବ କାରସାଦି କରି ନିରୀହ ଲୋକଙ୍କୁ ଅତି ସହଜରେ ଲୁଟି ପାରନ୍ତି ଏହି ଲେଡି ଲୁଟେରା ।

talcher girl

ନିଜକୁ କେତେବେଳେ ହୋଲସେଲର ତ କେତେବେଳେ ଡ୍ରେସ୍‌ ଡିଜାଇନର୍‌ ତ ଆଉ କେତେବେଳେ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟ ବୋଲି ପରିଚୟ ଦେଇ ଲୋକଙ୍କୁ କଳା କନା ବୁଲାଇ ପାରନ୍ତି ଏହି ସୁନ୍ଦରୀ ଜଣଙ୍କ । ଚେହେରାରୁ ନିରୀହ ଲାଗୁଥିଲେ ବି ଆଦୌ ନିରୀହ ନୁହନ୍ତି ସେ । ଏହି ଚାଲାକ ଲୁଟେରା ଓରଫ ଦୀପା ଓରଫ ସୁପ୍ରିୟା ସ୍ୱାଇଁଙ୍କୁ ଗିରଫ କରିଛି ତାଳଚେର ପୋଲିସ। ତାଳଚେର ଥାନାରେ ଅଭିଯୋଗ ପରେ ଦୀପାକୁ ଗିରଫ କରି ତଦନ୍ତ ଚଲାଇଛି ପୋଲିସ। ସୁନ୍ଦରୀ ଚେହେରା ପଛରେ ରହିଛି ଦୀପାଙ୍କର ସୈତାନ ଦିମାଗ ‌। ସେ ପେଶାରେ DIPS ଶିକ୍ଷାନୁଷ୍ଠାନର କର୍ମଚାରୀ ହୋଇଥିଲେ ମଧ୍ୟ ତାଙ୍କ ସଉକ୍‌ ହେଉଛି ଲୋକଙ୍କୁ ଠକିବା ।

ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଜ ରୂପ ଜାଲରେ ଫସାଇ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ସୁନ୍ଦରୀ ଦୀପା । ପ୍ରଥମେ କଅଁଳିଆ କଥା କହି ଡାକ୍ତରଙ୍କ ବିଶ୍ୱାସଭାଜନ ହେବାପରେ ତାଙ୍କଠାରୁ ଏଟିଏମ୍‌ କାର୍ଡ ଓ ପିନ୍‌ ହାସଲ କରିଥିଲେ । ଆଉ ଏହାପରେ SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ଉଠାଇଥିଲେ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା । ଆଉ ଡାକ୍ତରଙ୍କ ଅଭିଯୋଗ ଭିତ୍ତିରେ ହିଁ ଆଜି ଦୀପାଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.