Below header

ଭୁବନେଶ୍ବର: କୋଭିଡ଼ କଟକଣା ମାନୁନାହିଁ ତାରିଣୀ ବସ୍ତ୍ରାଳୟ, ପଛ ସଟର ଖୋଲି ବେପାର କରିବା ବେଳେ ସିଲ୍ ସହ ଫାଇନ କଲା ବିଏମସି

କେନ୍ୟୁଜ୍(ବ୍ୟୁରୋ): ପଛ ପଟେ ସଟର ଖୋଲି ବ୍ୟବସାୟ କରିବା ପଡିଲା ମହଙ୍ଗା। ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ତାରିଣୀ ବାସ୍ତ୍ରାଳୟରେ ବିଏମସିର ଚଢ଼ାଉ। କୋଭିଡ ନିୟମ ଉଲଘଂନ ଅଭିଯୋଗରେ ବିଏମସି ସେଣ୍ଟ୍ରାଲ ସ୍କ୍ବାର୍ଡ଼ର ଚଢ଼ାଉ । ଚଢ଼ାଉ ପରେ ଦୋକାନକୁ ସିଲ କରିଛି ବିଏମସି । ପୂର୍ବରୁ କୋଭିଡ ନିୟମ ଉଲଘଂନ କରିଥିବାରୁ ଦୋକନକୁ ସିଲ କରିଥିଲା ବିଏମସି। କିନ୍ତୁ  ଦୋକାନ ପଛ ପଟ ଖୋଲି କାରବାର  ଚଳାଇଥିଲା  ତାରିଣୀ ବସ୍ତ୍ରାଳୟ।

tarini

ଏହି ଖବର ପାଇ ବିଏମସି ସେଣ୍ଟ୍ରାଲ ସ୍କ୍ବାର୍ଡ଼ ଚଢାଉ କରି ଗ୍ରାହକଙ୍କୁ ମୋଟା ଅଙ୍କର ଫାଇନ ସହ ତାରିଣୀ ବସ୍ତ୍ରାଳୟକୁ ୭୫ ହଜାର ଟଙ୍କାର ଫାଇନ କାଟିଛି । ନୂଆ ଗାଇଡ଼ଲାଇନ ନଆସିବା ପର୍ଯ୍ୟନ୍ତ ଭୁବନେଶ୍ୱର ସମସ୍ତ ଦୋକାନ ଉପରେ ନଜର ରଖିଛି ବିଏମସି । ଯେଉଁ ଦୋକାନୀ ଦୋକାନ ଖୋଲି ବ୍ୟବସାୟ କରୁଥିବ ତାହା ଉପରେ ଦ୍‌ଢ କାର୍ଯ୍ୟନୁଷ୍ଠାନ ହେବ ବୋଲି ବିଏମସି ତରଫରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.