ମାସ୍କ ପିନ୍ଧିବାକୁ ରାଜି ହେଉନାହାନ୍ତି କି ପିଲା! ଏମିତି ବୁଝାନ୍ତୁ, ଆଉ ମନା କରିବେନି

କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ବଡ଼ମାନଙ୍କୁ ତ ମାସ୍କ ପିନ୍ଧିବାକୁ କୁହାଯାଉଛି, କିନ୍ତୁ ଛୋଟ ପିଲାଙ୍କ ମାସ୍କ ପିନ୍ଧିବା ଉପରେ ଏତେଟା ଗୁରୁତ୍ୱ ଦିଆଯାଉନାହିଁ। ମାସ୍କ ପିନ୍ଧିବା ଦ୍ୱାରା ଇନ୍‌ଫେକସନ୍‌ ବ୍ୟାପିବାର ଆଶଙ୍କା କମ୍‌ ରହିଛି। ଏଭଳି ସ୍ଥିତିରେ ପିଲାମାନେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। ପିଲାମାନେ ମାସ୍କ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଯଦି ବା ପିନ୍ଧନ୍ତି ତେବେ ୫ ମିନିଟ୍‌ ପରେ ବାହାର କରି ଫିଙ୍ଗିଦେଇଥାନ୍ତି। ତେବେ ଯଦି ଆପଣଙ୍କ ପିଲାବି ମାସ୍କ ପିନ୍ଧୁ ନାହିଁ, ତେବେ ତାକୁ ଏହି ଉପାୟରେ ମାସ୍କ ପିନ୍ଧିବାର ଗୁରୁତ୍ୱ ବୁଝାନ୍ତୁ।

  • ବିଶେଷଜ୍ଞଙ୍କ ମତରେ ୨ ବର୍ଷରୁ ବଡ଼ ପିଲା ମାସ୍କ ପିନ୍ଧିବା ଉଚିତ୍‌। ଯେଉଁଠାରେ ସାମାଜିକ ଦୂରତ୍ୱ ନଥିବା ଲକ୍ଷ୍ୟ କରୁଛନ୍ତି ସେଠାରେ ପିଲାଙ୍କୁ ନିଶ୍ଚୟ ମାସ୍କ ପିନ୍ଧାନ୍ତୁ।
  • କରୋନାରୁ ବର୍ତ୍ତିବା ପାଇଁ ପିଲାଙ୍କୁ ବୁଝାନ୍ତୁ ଯେ ମାସ୍କ ପିନ୍ଧିବା କାହିଁକି ଜରୁରୀ। ଛୋଟ ପିଲାଙ୍କୁ କୁହନ୍ତୁ ଯେ ମାସ୍କ ପିନ୍ଧିବା ଦ୍ୱାରା ସେ ଜୀବାଣୁମୁକ୍ତ ରହିବା ସହ ସୁରକ୍ଷିତ ରହିବେ। ବାରମ୍ବାର ପିଲାଙ୍କୁ ଏହି କଥା କୁହନ୍ତୁ।
  • ଏଥିସହ ପିଲାଙ୍କୁ ଠିକ୍‌ ଢଙ୍ଗରେ ମାସ୍କ ପିନ୍ଧିବା ବି ଶିଖାନ୍ତୁ। ସବୁବେଳେ ନାକ ଓ ପାଟି ଘୋଡ଼େଇ ହେବା ଭଳି ମାସ୍କ ପିନ୍ଧିବା ଅଭ୍ୟାସ କରାନ୍ତୁ।
  • ଯଦି ପିଲାମାନେ କଥା ବୁଝୁନାହାନ୍ତି ତେବେ କାର୍ଟୁନ୍‌ ଥିବା କଲର ଫୁଲ ମାସ୍କ ଦିଅନ୍ତୁ। ନିଜ ପ୍ରିୟ କାର୍ଟୁନ୍‌ ଥିବା ମାସ୍କ ଦେଖିଲେ ସେମାନେ ଆପେ ଆପେ ମାସ୍କ ପିନ୍ଧିବାକୁ ଇଚ୍ଛା କରିବେ।
  • ପିଲାମାନେ ପ୍ରାୟତଃ ବଡ଼ମାନଙ୍କୁ ଅନୁକରଣ ବା କପି କରିଥାନ୍ତି। ଏଣୁ ପିଲାଙ୍କୁ ମାସ୍କ ପିନ୍ଧାଇବା ପାଇଁ ଆପଣ ନିଜେ ବି ମାସ୍କ ପିନ୍ଧନ୍ତୁ। ଆପଣ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିଲେ, ପିଲା ବି ଆପଣଙ୍କୁ ଦେଖି ମାସ୍କ ପିନ୍ଧିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.