ବେପରୁଆ ଗାଡି ଚାଳନା ନେଲା ଜୀବନ, ଦୁର୍ଘଟଣାରେ ଚା ଦୋକାନୀଙ୍କ ମୃତ୍ୟୁ

ବେପରୁଆ ଗାଡି ଚାଳନା ନେଲା ଜୀବନ । ଦୁର୍ଘଟଣାରେ ଚା ଦୋକାନୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ଯାଜପୁର ବିଂଝାରପୁରର ଦିଲ୍ଲୀପ ପରିଡା । ଶହୀଦନଗର ଥାନା ପଣ୍ଡା ପାର୍କ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ହିଟ୍ ଆଣ୍ଡ ରନ୍ । ମର୍ସିଡିଜ ଧକ୍କାରେ ଗଲା ଜୀବନ । ଶହୀଦନଗର ଥାନା ପଣ୍ଡା ପାର୍କ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ଯାଜପୁର ବିଂଝାରପୁରର ଦିଲ୍ଲୀପ ପରିଡା। ସେ ଭୁବନେଶ୍ବରରେ ରହି ଚା ଦୋକନ କରିଥିଲେ ।

ତେବେ ଦୁର୍ଘଟଣା କିଭଳି ଘଟିଲା, ଗାଡି କିଏ ଚଳାଉଥିଲା ସେ ଦିଗକୁ ନେଇ ଆରମ୍ଭ ହୋଇଛି ଛାନଭିନ  । ବେପରୁଆ ଗାଡ଼ି ଚାଳନାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ସହିଦନଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.