ସାମ୍ନାକୁ ଆସିଲା ଅଙ୍କିତା ଲୋଖଣ୍ଡେ ଓ ବିକି ଜୈନଙ୍କ ମ୍ୟୁଜିକ୍ ଭିଡିଓର ଫାଷ୍ଟ ଲୁକ୍

ଏବେ ଅଙ୍କିତା ଖୁବ୍ ଶୀଘ୍ର ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଏକ ମ୍ୟୁଜିକ୍ ଆଲବମରେ ନଜର ଆସିବେ । ନିକଟରେ ଅଙ୍କିତା ଏହି ମ୍ୟୁଜିକ୍ ଭିଡିଓର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି । ଅଙ୍କିତା ଲୋଖଣ୍ଡେ ତାଙ୍କ ଗୀତର ଫାଷ୍ଟ ପୋଷ୍ଟର ଶନିବାର ଦିନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଫାଷ୍ଟ ଲୁକ୍ ମଧ୍ୟ ପ୍ରକାଶ ପାଇଥିଲା ।

‘ବିଗ୍ ବସ୍ ୧୭’ ପରଠାରୁ ଅଙ୍କିତା ଲୋଖଣ୍ଡେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଏହି ଶୋ’ରେ ପାର୍ଟିସିପେଟ୍ କରିଥିଲେ । ରିୟଲିଟି ସୋ’ରେ ଦୁହିଁଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା, ଗୋଟିଏ ପଟେ ଫ୍ୟାନ୍ସମାନେ ବହୁତ ଏଣ୍ଟରଟେନ ହୋଇଥିଲେ ଏବଂ ଅନ୍ୟ ପଟେ ଅଙ୍କିତା-ବିକିଙ୍କ ପରିବାର ଖୁବ ଅସନ୍ତୋଷ ପ୍ରକାଶ କରିଥିଲେ । ତଥାପି, ବର୍ତ୍ତମାନ ଉଭୟଙ୍କ ଜୀବନରେ ସବୁକିଛି ଭଲ ଚାଲିଛି । ନିକଟରେ ଅଙ୍କିତାଙ୍କୁ ରଣଦୀପଙ୍କ ଫିଲ୍ମ ‘ସ୍ବତନ୍ତ ଭୀର ସାବରକର’ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଲୋକମାନେ ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ ।

ଏହି ଫିଲ୍ମ ପରେ ଏବେ ଅଙ୍କିତା ଖୁବ୍ ଶୀଘ୍ର ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଏକ ମ୍ୟୁଜିକ୍ ଆଲବମରେ ନଜର ଆସିବେ । ନିକଟରେ ଅଙ୍କିତା ଏହି ମ୍ୟୁଜିକ୍ ଭିଡିଓର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି । ଅଙ୍କିତା ଲୋଖଣ୍ଡେ ତାଙ୍କ ଗୀତର ଫାଷ୍ଟ ପୋଷ୍ଟର ଶନିବାର ଦିନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଫାଷ୍ଟ ଲୁକ୍ ମଧ୍ୟ ପ୍ରକାଶ ପାଇଥିଲା । ଏହି ମ୍ୟୁଜିକ୍ ଭିଡିଓର ନାମ ହେଉଛି ‘ଲା ପିଲା ଦେ ଶରାବ’ । ତେବେ ଏହି ଗୀତର ରିଲିଜ୍ ଡେଟ୍‌ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଏହା ଖୁବ ଶୀଘ୍ର ରିଲିଜ୍ ହେବ ବୋଲି କୁହାଯାଉଛି ।

ପୋଷ୍ଟର ବିଷୟରେ କହିବାକୁ ଗଲେ ଅଙ୍କିତା ଏକ ଅନାରକଲି ସୁଟ ପିନ୍ଧିଥିବାର ନଜର ଆସିଛନ୍ତି । ଅନ୍ୟ ପଟେ ତାଙ୍କ ସ୍ୱାମୀ ବିକି ଜେନ୍‌ ତାଙ୍କ ହାତରେ ଏକ ମଦ ଗ୍ଲାସ୍ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋରେ ବିକି ବ୍ଲାକ୍‌ ପ୍ୟାଣ୍ଟ ଏବଂ ସ୍କାଏ ବ୍ଲୁ କଲର୍‌ର ଏକ ସାର୍ଟ ପିନ୍ଧିଥିଲେ । ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନଙ୍କ ଗୀତର ଏହି ପୋଷ୍ଟର ଦେଖିଲେ ଫ୍ୟାନ୍ସଙ୍କର ମୋଗଲ-ଏ-ଆଜମ ଫିଲ୍ମ ନିଶ୍ଚୟ ମନେ ପଡିବ । ଏହି ପୋଷ୍ଟରେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ “ଲା ପିଲା ଦେ ଶରାବ Set to captivate your soul soon…” ।

ସୂଚନାଯୋଗ୍ୟ, ସିଙ୍ଗର୍‌ ବିଶାଲ ମିଶ୍ର ‘ଲା ପିଲା ଦେ ଶରାବ’କୁ ଗାଇଛନ୍ତି । ଯେତେବେଳେ କି, ଏହାକୁ ମନନ୍ ଭରଦ୍ବାଜ ଲେଖିଛନ୍ତି ଏବଂ କମ୍ପୋଜ୍‌ କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ କିଛି ଦିନ ପୂର୍ବରୁ ବିକି ଏକ ଇଣ୍ଟରଭ୍ୟୁରେ ନିଜର ଇଚ୍ଛା ପ୍ରକାଶ କରିଥିଲେ ଯେ ସେ ଅଙ୍କିତାଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓ କରିବାକୁ ଚାହୁଁଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଏହି ଇଚ୍ଛା ଖୁବ୍‌ ଶୀଘ୍ର ପୂରଣ ହେବାକୁ ଯାଉଛି । ଦମ୍ପତିଙ୍କ ଏହି ମ୍ୟୁଜିକ୍ ଆଲବମ୍ ରିଲିଜ୍ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.