Below header

ଅପରାଧ ହେଉଛି, ସାର୍‌ଙ୍କ ଚୌକିରେ ଗୋଡ଼ ବାଜିଗଲା, ତାପରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ପ୍ରବଳ ମାଡ଼

ମୟୁରଭଞ୍ଜ (କେନ୍ୟୁଜ୍) : ପ୍ରଧାନଶିକ୍ଷକ ବସିଥିବା ଚୌକିରେ ଗୋଡ ବାଜିଯିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ । ପ୍ରଧାନଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ଉଦଳା ବ୍ଲକ୍ ମାଟିହୁଡି ବିଦ୍ୟାଳୟରେ ଏହି ଘଟଣା ଘଟିଛି । ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀର ଛାତ୍ର କେଶବ ମହାନ୍ତ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପ୍ରଧାନଶିକ୍ଷକ ବସିଥିବା ଚେୟାରରେ ଗୋଡ ବାଜିଯାଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ପ୍ରଧାନଶିକ୍ଷକ ବିଜୟ ବେହେରା ନିସ୍ତୁକ ମାଡ ମାରିଥିଲେ । ଛାତ୍ର ଜଣକ ଡାହାଣ ହାତରେ ଗଭୀର ଆଘାତ ଲାଗିଛି । ପ୍ରଧାନଶିକ୍ଷକ ଅନୁପସ୍ଥିତ ଥିବାରୁ ଛାତ୍ରଙ୍କ ପରିବାର ଲୋକେ ଉଦଳା ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.