କେନ୍ଦୁଝର : ମୋବାଇଲ୍ ଲାଇଟରେ ହେଲା ଚିକିତ୍ସା

କେନ୍ଦୁଝର (କେନ୍ୟୁଜ୍) : ମୋବାଇଲ୍ ଲାଇଟରେ ଚିକିତ୍ସା । ଘଟଣା ଘଟିଛି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ । ଗୁରୁତର ଅବସ୍ଥାରେ ବଡ଼ବିଲ ଅଞ୍ଚଳରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲା ପୋଲିସ । ମହିଳାଙ୍କ ଦେହର ବିଭିନ୍ନ ସ୍ଥାନକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ତାଙ୍କୁ ପ୍ରଥମେ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ମେଡିକାଲକୁ ନେଇଥିଲା ପୋଲିସ । ହେଲେ ସେଠାରେ ଆନେସଥେସିଆ ଡାକ୍ତର ନଥିଲେ ।

ଫଳରେ ପୋଲିସ ମହିଳାଙ୍କୁ ଧରି ଓ୍ଵାର୍ଡ ଓ୍ଵାର୍ଡ ବୁଲିଥିଲା । ଶେଷରେ ଜଣେ ମହିଳା ଡାକ୍ତର ଚିକିତ୍ସା କରିବା ଆରମ୍ଭ କରିଥିଲେ । ହେଲେ ସେତେବେଳେ ଡାକ୍ତରଖାନାରେ ନଥିଲା ଆଲୁଅ । ଲାଇନ୍ ପଳାଇଥିବାରୁ ମହିଳା ଡାକ୍ତର ଜଣଙ୍କ ମୋବାଇଲ୍ ଲାଇଟରେ ଚିକିତ୍ସା କରିଥିଲେ । ଏହା ପରେ ଏବେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.