ଛାତ୍ରକୁ ଟଏଲେଟରେ ଛାଡ଼ି ସ୍କୁଲ ତାଲା ପକାଇ ଚାଲିଗଲେ ଶିକ୍ଷକ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ସ୍କୁଲ ଛାତ୍ରକୁ ଟଏଲେଟରେ ଛାଡ଼ି ତାଲା ପକାଇ ଚାଲିଗଲେ ଶିକ୍ଷକ। ବ୍ୟାକୁଳ ହୋଇ କାନ୍ଦିବା ପରେ ପିଲାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ହତଚକିତ କରିବା ଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ମହାବୀର ମଠସାହି ନୋଡାଲ ସ୍କୁଲରେ। ପ୍ରଥମ ଶ୍ରେଣୀର ଜଣେ ଛାତ୍ର ଗତକାଲି ସ୍କୁଲ ଟଏଲେଟ ଯାଇଥିବା ବେଳେ ସ୍କୁଲ ଛୁଟି ହୋଇଥିଲା। ପିଲାର ବ୍ୟାଗ ଶ୍ରେଣୀ ଗୃହରେ ଥିଲେ ମଧ୍ୟ ପିଅନ ଏହାକୁ ଧ୍ୟାନ ନଦେଇ ସ୍କୁଲ ଗେଟ ବାହାରେ ତାଲା ପକାଇ ପଳାଇଥିଲେ। ପରି ପିଲାଟି ବାହାରକୁ ଆସି କାନ୍ଦିବା ପରେ ଅପରାହ୍ମରେ ଲୋକେ ତାକୁ ଉଦ୍ଧାର କରିଥିଲେ। ଏହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଛି।