ଫାଇନ୍‌ରୁ ବର୍ତ୍ତିବା ପାଇଁ ‘ଭୟାନକ ଫର୍ମୁଲା’, ଟିଭି ସିରିଏଲ୍‌ ନିର୍ଦ୍ଦେଶକ ଭିଡିଓ ସେୟାର କରି କହିଲେ, ‘ଏବେ କେମିତି କଟିବ ଚାଲାଣ’?

ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କାହାର ଲକ୍ଷାଧିକ ଚାଲାଣ ବା ଫାଇନ୍‌ କଟାଯାଉଛି ତ ଆଉ କାହାର ଜରିମାନା ଗାଡ଼ି ମୂଲ୍ୟଠାରୁ ବଢ଼ିଯାଉଛି। ଏଭଳି ସ୍ଥିତିରେ ଲୋକେ ପୋଲିସର ବିରୋଧୀ ହୋଇଯାଇଛନ୍ତି। ପ୍ରଦୂଷଣ କାର୍ଡ ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଛି। ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାହାକୁ କାହାକୁ ଏହି ଭିଡିଓ ମଜାଳିଆ ଲାଗୁଛି ତ ଆଉ କାହାକୁ ଭୟାନକ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ଏକ ଅଲଗା ଷ୍ଟାଇଲରେ ବାଇକ୍‌ ଚଲାଉଛନ୍ତି। ସେ ପଛ ସିଟ୍‌ରେ ଦୁଇଟି ଗୋଡ଼କୁ ଗୋଟିଏ ପଟକୁ କରି ବସିଛନ୍ତି ଆଉ ଗାଡ଼ିଟି ଆପେ ଆପେ ଆଗକୁ ମାଡ଼ିଚାଲୁଛି। ଏହି ଭୟାନକ ଷ୍ଟଣ୍ଟକୁ ଟିଭି ଶୋ ‘ତାରକ ମେହେତା କା ଉଲଟା ଚଷମା’ର ନିର୍ଦ୍ଦେଶକ ଅସିତ୍‌ କୁମାର ମୋଦି ଟୁଇଟରରେ ସେୟାର କରିଛନ୍ତି।

ଏହାସହ ପଢ଼ନ୍ତୁ: ଲଦାଖରେ ପୁଣି ଭାରତ-ଚୀନ୍ ସେନା ମୁହାଁମୁହିଁ

ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘କୁହନ୍ତୁ ଏହା ଷ୍ଟାଇଲ୍‌ ନା, କିନ୍ତୁ ଚାଲାଣ କିପରି ଏବଂ କାହାର କଟିବ’? ଲୋକେ ଏହାକୁ ସବୁଠାରୁ ଭୟାନକ ଷ୍ଟଣ୍ଟ କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଯେତେବେଳେ ତଳକୁ ପଡ଼ିଯିବେ, ସେତେବେଳେ ତାଙ୍କ ଲାଇଫ୍‌ର ଚାଲାଣ କଟିଯିବ’। ସେହିଭଳି ଆଉ ଜଣେ ୟୁଜର ନିୟମ ବୁଝେଇବାକୁ ଯାଇ ଲେଖିଥିଲେ, ‘ଏହି ବ୍ୟକ୍ତି ଜଣକ ଚାଲାଣରୁ ବର୍ତ୍ତିପାରିବେ ନାହିଁ। ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ବି ହେଲମେଟ ପିନ୍ଧିବା ଜରୁରୀ ଅଟେ’।