ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର ଘଟଣା: ଶିକ୍ଷକ କଳ୍ପତରୁ ମଲ୍ଲିକ ନିଲମ୍ବିତ

ବାସୁଦେବପୁର(କେନ୍ୟୁଜ୍): ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ମାଡ଼ ମାରିଥିବା ଶିକ୍ଷକ କଳ୍ପତରୁ ମଲ୍ଲିକ। ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ କଳ୍ପତରୁଙ୍କୁ ନିଲମ୍ବନ କରିଛନ୍ତି। ଗତକାଲି ବାସୁଦେବପୁର ବ୍ଲକ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ କଳ୍ପତରୁ ମଲ୍ଲିକଙ୍କ ୧୪ଜଣ ଛାତ୍ରୀଙ୍କୁ ନିସ୍ତୁକ ପିଟିଥିଲେ।

ସେମାନଙ୍କ ମଧ୍ୟରୁ ୪ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ଅଭିଭାବକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.