ଆପଣ ନିଜର ବ୍ଲଡ ଗ୍ରୁପ ଅନୁଯାୟୀ ଖାଆନ୍ତି କି ? ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପ ଲୋକେ କ’ଣ ଖାଇବା ଉଚିତ୍‌

ସୁସ୍ଥ ରହିବା ପାଇଁ ଲୋକେ କ’ଣ କ’ଣ ନ କରୁଛନ୍ତି । ଆଜିକାଲି ଫିଟ ରହିବା ପାଇଁ ବ୍ଲଡ ଗ୍ରୁପ ଅନୁଯାୟୀ ଖାଦ୍ୟ ନେବା ଆରମ୍ଭ କଲେଣି । ଆପଣ ନିଜର ବ୍ଲଡ ଗ୍ରୁପ ଅନୁଯାୟୀ ଖାଦ୍ୟ ଓ ବ୍ୟାୟାମ କରିବା ବାଛିପାରିବେ । ଆସନ୍ତୁ ଜାଣିବା ଆପଣ ବ୍ଲଡ ଗ୍ରୁପ ଅନୁଯାୟୀ କେଉଁ ପ୍ରକାର ଖାଦ୍ୟ ନେବା ଉଚିତ୍‌ ଓ କେଉଁ ପ୍ରକାର ଖାଦ୍ୟ ନନେବା ଉଚିତ୍‌ ।

‘ଏ’,’ଏବି’ ବ୍ଲଡ ଗ୍ରୁପ :

ଏହି ବ୍ଲଡ ଗ୍ରୁପ ଲୋକେ ବୟସ ବଢ଼ିବା ପରେ ମୋଟାପଣ ଓ ଫର୍ଟିଲିଟି ଜଡିତ ସମସ୍ୟା ଡାଇବେଟିସ ଆଦିର ଆଶଙ୍କା ରହିଥାଏ । ଏହି ଗ୍ରୁପର ଲୋକଙ୍କୁ ଅଧିକ ପ୍ରୋସେସ ଫୁଡ ଖାଇବାରୁ ବଂଚିତ ରହିବା ଦରକାର । ଆପଣ ମିଟ ବଦଳରେ ସି ଫୁଡ,ମାଛ ଓ ପ୍ରୋଟିନ ଖାଦ୍ୟ ନେବା ଦରକାର।

‘ବି’ ବ୍ଲଡ୍‌ ଗ୍ରୁପ :

ଏହି ବ୍ଲଡ ଗ୍ରୁପ ଲୋକଙ୍କ ଓଜନ କମିବା ଓ ବଢ଼ିବା ହୋଇଥାଏ । ଏମାନଙ୍କୁ ଡାଏବେଟିସର ଆଶଙ୍କା ରହିଥାଏ । ଏହି ଲୋକଙ୍କୁ ଖାଦ୍ୟରେ ଲିନ ପ୍ରୋଟିନ ଯେପରି ଚିକେନ, ଅଣ୍ଡା, ମାଛ ଖାଇବା ଦରକାର । ଏମାାନେ ପାଷ୍ଟା ଓ ହ୍ଵାଇଟ ବ୍ରେଡ ନ ଖାଇବା ଉଚିତ୍‌ । ବ୍ୟାୟାମ କରିବା ଉଚିତ୍‌ ।

‘ଏ’ ବ୍ଲଡ ଗ୍ରୁପ :

ଏହି ବ୍ଲଡ ଗ୍ରୁପର ଲୋକଙ୍କ ମେଟାବୋଲିଜମ ହାଇ ହୋଇଥାଏ । ଏମାନେ ହେଲଦି ଡାଏଟ ଯେପରି ନଟସ, ରାଇସ, ପାସ୍ତା, ଫ୍ରୁଟସ୍‌ ଓ ସବଜୀ ଖାଇବା ଉଚିତ୍‌ । ଏମାନେ ଯୋଗ କରିବା ଉଚିତ୍‌ ।

‘ଓ’ ବ୍ଲଡ ଗ୍ରୁପ୍‌ :

ଏହି ବ୍ଲଡ ଗ୍ରୁପ ଲୋକଙ୍କ ମେଟାବୋଲିଜମ ବହୁତ ଷ୍ଟ୍ରଙ୍ଗ ହୋଇଥାଏ । ଏମାନଙ୍କୁ ବ୍ଲଡ ସୁଗାର ଓ ଏଲର୍ଜି ଭଳି ସମସ୍ୟା ହୋଇଥାଏ । ଏମାନେ ଚିକେନ ଓ ମିଟ ଖାଇବା ଦରକାର । ଖାଦ୍ୟରେ ପତ୍ର ଯୁକ୍ତ ପରିବା ସାମିଲ କରିବା ଉଚିତ । ଏମାନେ ଡାଲି ଓ ରାଜମା ଖାଇବା ଉଚିତ୍‌ ନୁହେଁ । ରନିଂ, ସୁଇମିଂ ଓ ବକ୍ସିଙ୍ଗ ଏମାନଙ୍କ ପାଇଁ ଭଲ ବ୍ୟାୟାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.