୩୭ ବର୍ଷ ପରେ ହେଲା ମଙ୍ଗଳ-ରାହୁଙ୍କର ଅଦ୍ଭୁତ ସଂଯୋଗ, ୧୦ ଅଗଷ୍ଟ ଯାଏ ଏହି ଜାତକଙ୍କ ପାଇଁ ରହିବ କଷ୍ଟ ଯୋଗ

ରାହୁ ଏହି ସମୟ ମେଷ ରାଶିରେ ଗୋଚର କରୁଛନ୍ତି । ସେହିପରି ମଙ୍ଗଳ ଗ୍ରହ ମଧ୍ୟ ଏହି ରାଶିରେ ପ୍ରବେଶ କରିସାରିଛନ୍ତି । ମେଷ ରାଶିରେ ୩୭ ବର୍ଷ ପରେ ଅଙ୍ଗାରକ ଯୋଗ ବନୁଛି । ଏହି ଯେ ।ଗ ୧୦ ଅଗଷ୍ଟ ପର୍ଯ୍ୟନ୍ତ ରହିବ । କିଛି ରାଶି ବାଲାଙ୍କ ପାଇଁ ଏହି ଯୋଗ କଠିନ ପରିସ୍ଥିିିତି ସୃଷ୍ଟିକରିପାରେ । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ସଂଯୋଗକୁ ବିଶେଷ ମହତ୍ୱ ମନାଯାଇଥାଏ ।

କେବେ ଦୁଇ ଶୁଭ ଗ୍ରହଙ୍କ ସଂଯୋଗ ଲୋକଙ୍କ ପାଇଁ ଶୁଭ ଫଳ ନେଇକରି ଆସିଥାଏ । ଗ୍ରହଙ୍କ ସଂଯୋଗ କୌଣସି ବି ପ୍ରକାରେ ଆମ ଜୀବନକୁ ପ୍ରଭାବିତ କରିଥାଏ । ମଙ୍ଗଳ ଓ ରାହୁଙ୍କ ସଂଯୋଗକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଭ କୁହାଯାଇଥାଏ ।

ଏହି ସଂଯୋଗରେ ଅଙ୍ଗାରକ ଯୋଗ ସୃଷ୍ଟି ହୋଇଥାଏ । ଯାହାଦ୍ୱାରା ଜାତକଙ୍କୁ ଧନ ହାନୀ,ବାଦ ବିବାଦ,କଳହ, ଉଧାର ଓ ଦୁଶ୍ଚିନ୍ତା ଆଦିର ଆଶଙ୍କା ବଢ଼ିଥାଏ । ଏଥିପାଇଁ ଲୋକଙ୍କୁ ଅଧିକ ସାବଧାନ ରହିବାକୁ ଉପଦେଶ ଦିଆଯାଇଥାଏ ।

ମଙ୍ଗଳ-ରାହୁଙ୍କ ସଂଯୋଗରେ ଏହି ୩ ରାଶି ରୁହନ୍ତୁ ସାବଧାନ :

ବୃଷ ରାଶି :

ଏହି ସଂଯୋଗ ଯୋଗୁ ଆପଣଙ୍କ ଖର୍ଚ୍ଚରେ ଲଗାତାର ବୃଦ୍ଧି ହେବାର ଆଶଙ୍କା ରହିଥାଏ । ଆର୍ଥିକ ଅବସ୍ଥା ପୁରା ଖରାପ ହୋଇଥାଏ । ଅଯଥା କଳହ ହୋଇପାରେ । ଘର ପରିବାର ମାହୋଲ ଅଶାନ୍ତ ରହିପାରେ । ଟଙ୍କା ଦେଣ-ନେଣରେ ସାବଧାନ ରହିବା ଦରକାର । ସଂଯମୀ ହେବା ଉଚିତ୍‌ ।

ସିଂହ ରାଶି :

ଏହି ସମୟରେ ଆପଣଙ୍କୁ ଭାଗ୍ୟ ସହାୟତା କମ ମିଳିବ । ବ୍ୟବସାୟୀ ପାଇଁ ସମୟ କଷ୍ଟପୂର୍ଣ୍ଣ ରହିବ । ଯାତ୍ରାରେ ବାଧା ସହ ଦୁର୍ଘଟଣା ଆଶଙ୍କା ରହିଛି । ଅଚାନକ ସ୍ୱାସ୍ଥ୍ୟ ବିଗଡିପାରେ । ସାବଧାନ ରହିବାକୁ ହେବ ।

ତୁଳା ରାଶି :

ପ୍ରେମ ଓ ବୈବାହିକ ଜୀବନରେ ଆପଣଙ୍କୁ ଅସଫଳ ଓ ନିରାଶ ହେବାକୁ ପଡ଼ିପାରେ । ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ବାଧା ଆସିପାରେ । ପ୍ରିୟଜନଙ୍କ ସହ କଳହ ହୋଇପାରେ । କର୍ମ କ୍ଷେତ୍ରରେ ଅଧିକ ସାବଧାନ ରହିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.