ରାଜ୍ୟରେ ବଢୁଛି ତାତିର ପ୍ରକୋପ, କାଲି ମଧ୍ୟ ଜଳିବ ଓଡ଼ିଶା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆସନ୍ତାକାଲି ମଧ୍ୟ ତାତି ଜାରି ରହିବ । ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଆଜି ତିନିଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ରହିଥିଲା । ଉତ୍ତରରେ ବାରିପଦା ଓ ପଶ୍ଚିମରେ ଟିଟିଲାଗଡ଼ ୩୯ ଏବଂ ଅନୁଗଳରେ ୩୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

MET-1

MET-2

ବୌଦ୍ଧରେ ୩୮.୫ ଏବଂ ବଲାଙ୍ଗିରରେ ୩୮.୬ ଡିଗ୍ରୀ ତାପମାତ୍ରା ଥିବା ବେଳେ ୫ଟି ସହରରେ ତାତି ୩୭ ଡିଗ୍ରୀ ଉପରେ ଥିଲା । ରାଜଧାନୀ ଭୁବନେଶ୍ୱରରେ ଆଜି ପାରଦ ୩୭.୩ ଓ କଟକରେ ୩୭.୮ରେ ପହଞ୍ଚିଥିଲା । ଆସନ୍ତାକାଲି ମଧ୍ୟ ଏହିଭଳି ତାତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.