ମୌସୁମୀ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ, ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ଖସୁଛି ତାପମାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ଦିନରେ ଖରା କାଟୁଛି  ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି  ହୋଇଯାଇଛି। ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୧୯ ଡିଗ୍ରି ସେଲସିୟସ ଭିତରେ ରହୁଛି ।

ସେହିପରି ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରା ୧୯ରୁ ୨୧ ଡିଗ୍ରୀ ସେଲସିୟସ ଭିତରେ ରେକର୍ଡ କରାଯାଇଛି । କନ୍ଧମାଳରେ ଏବେ ଶୀତର ପହିଲି ସ୍ପର୍ଶ । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ରହିଛି । ସକାଳୁ ସକାଳୁ କୁହୁଡ଼ି ଲାଗି ରହୁଛି ।

ଚଳିତବର୍ଷ ରାଜ୍ୟକୁ ଠିକ୍‌ ସମୟରେ ମୌସୁମୀ ପ୍ରବେଶ କରିଥିବା ବେଳେ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିଛି । ଆସନ୍ତା ୨୮ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ଦିନକୁ ଦିନ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି:

ଏପଟେ ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଆସିଲେଣି ନୂଆ ଅତିଥି । ଦେଶବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ପକ୍ଷୀ ମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ । ଏବେ ଚିଲିକା ପାଲିଟିଛି ଦେଶି ବିଦେଶୀ ପକ୍ଷୀମାଙ୍କ ପାଇଁ ଭୂସ୍ୱର୍ଗ । ନିଳାମ୍ବୁ ଚିଲିକାରେ ମେଲିଛି ରଙ୍ଗର ପସରା । ଆପଣତ ଜାଣିଛନ୍ତି ଭଳିକି ଭଳି ରଙ୍ଗ ବେରଙ୍ଗର ପକ୍ଷୀ ମାନଙ୍କ ସମାରୋହ ପର୍ଯ୍ୟଟକଙ୍କ ମନକୁ ବେଶ୍ ମୁଗ୍ଧ କରିଥାଏ । ଏହି ପକ୍ଷୀ ମାନଙ୍କୁ ଦେଖିବା ପାଇଁ ଦେଶ ବି ଦେଶରୁ ପକ୍ଷୀବିଶାରଦ, ପକ୍ଷୀ ପ୍ରେମୀ ଓ ପର୍ଯ୍ଯଟକ ମାନଙ୍କ ଭିଡ ଲାଗେ ।

ଏପଟେ ଚିଲିକା ମଙ୍ଗଳାଯୋଡି ପକ୍ଷୀ ଅଭୟାରନ୍ଯରେ ଏବେ ଦେଶୀ ବିଦେଶୀ ପକ୍ଷୀଙ୍କର ଶୁଭିଲାଣି କିଚିରି ମିଚିର ଶଦ୍ଧ । ଶୀତ ଦିନେ ହଜାର ହଜାର ମାଇଲରୁ ପକ୍ଷୀମାନେ ଉଡି ଆସନ୍ତି ଚିଲିକା ବକ୍ଷକୁ । ଚଳିତ ଫେରାଗୁନ ଫାଲକୁନୀ, ଗ୍ରେ ହେରେନ୍‌, ପ୍ଲିଟେନ୍‌, ଗଡଓ୍ଯାଲ,ବିଲଡକ୍‌ ପରି ୬୨ପ୍ରଜାତୀରୁ ଉର୍ଦ୍ଧ ପକ୍ଷୀ ଚିଲିକାକୁ ଆସିଲେଣି । କିନ୍ତୁ ଆରବ ସାଗରରେ ବାତ୍ଯା ଓ ଲଘୁଚାପ ପ୍ରବାବ ପାଇଁ ପକ୍ଷୀ ଆସିବାରେ ବିଳମ୍ବ ହୋଇଛି । ଏବେ ପାଗ ଅନୁକୂଳ ଅଛି ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ଚିଲିକାରେ ପକ୍ଷୀ ଭରପୁର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.