ରିମାଣ୍ଡରେ ସତ ଉଗାଳୁଛି କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ, ବୟାନକୁ ଆଧାରରେ କିଛି ଲୋକଙ୍କୁ ଉଠାଇ ଆଣିଛି ପୋଲିସ୍

ବ୍ରହ୍ମପୁର(କେନ୍ଯୁଜ୍): ଖଲ୍ଲିକୋଟ ଅଞ୍ଚଳରୁ ଗିରଫ କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ୨ ଦିନିଆ ରିମାଣ୍ଡରେ ଆଣି ଗୁଡେଇ ତୁଡେଇ ଜେରା କରୁଛି ଗଞ୍ଜାମ ପୋଲିସ । କେତେଦିନ ଧରି ସେ ଏହିି ବେପାର ଚଳାଇଥିଲା ? ଆଉ କିଏ ସବୁ ସହଯୋଗୀ ଅଛନ୍ତି ? ଏତେ ଟଙ୍କା ଓ ସୁନା କେଉଁଠୁ ଆଣିଲା ସେସବୁର ଖୋଳତାଡ଼ କରୁଛି । ଜେରା ବେଳେ ଅଭିଯୁକ୍ତ କିଛି ସତ ଉଗାରିଥିବା ବେଳେ ଆଉ କିଛି ଚକମା ଦେଉଛି ।

ସେପଟେ ଆଜି ଅଭିଯୁକ୍ତର ରିମାଣ୍ଡ ସରୁଥିବା ବେଳେ ତା ବୟାନକୁ ଆଧାର କରି ପୋଲିସ କିଛି ଲୋକଙ୍କୁ ଉଠାଇ ଆଣି ଜେରା କରୁଛି । ଶୁକ୍ରବାର ଖଲ୍ଲିକୋଟ ପୋଲିସ ଓ ଭେଜିପୁଟ ଫାଣ୍ଡି ପୋଲିସ ମିଳିତ ଭାବେ ଖଜାପଲ୍ଲୀରେ ଥିବା ରଜନୀକାନ୍ତ ଘରେ ଚଢ଼ାଉ କରି ୮ କେଜି ୫୯୬ ଗ୍ରାମ ସୁନା ଓ ୭୫ ଲକ୍ଷ ଟଙ୍କା ଜବତ କରିଥିଲା। ଏଥିସହ ୩୪ କିଲୋ ଗଞ୍ଜେଇ ଓ ୧୦ କିଲୋ ଅଫିମ ଜବତ କରିଥିଲା ପୋଲିସ ।

କନ୍ଧମାଳ ଓ ଗଜପତି ଜିଲ୍ଲାରୁ ସେ ବିପୁଳ ପରିମାଣର ଗଞ୍ଜେଇ ଆଣି ଗୁଜୁରାଟକୁ ଚାଲାଣ କରୁଥିଲା । ଖଲ୍ଲିକୋଟ ପୋଲିସ ଓ ଭେଜିପୁଟ ଫାଣ୍ଡି ପୋଲିସ ଖଜାପଲ୍ଲୀରେ ଥିବା ରଜନୀକାନ୍ତ ଘରେ ଚଢ଼ାଉ କରି ସାଢେ  ସୁନା ଓ ଟଙ୍କା ସବୁକୁ ଜବତ କରିଥିଲା। ଏଥିସହ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ କରିଥିଲା। ରଜନୀକାନ୍ତ ବହୁ ଦିନ ଧରି ଗଂଜେଇ କାରବାର କରୁଥିଲା । ନିଶା ବେପାରରୁ ସେ ପ୍ରାୟ ୧୨ କୋଟି ଟଙ୍କାର ସଂପତ୍ତି କମାଇଛି । ୧୦ ବର୍ଷ ପୂର୍ବରୁ ସେ ମଧ୍ୟ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିଲା ।

ନିଜ ସ୍କୁଟି ଗାଡ଼ି  ସାହାଯ୍ୟରେ ଏହି ଗଞ୍ଜେଇ ଚାଲାଣ କରୁଥିବା ନେଇ ପୋଲିସ ଖବର ପାଇଥିଲା  । ପରେ ଏନେଇ ଖଲ୍ଲିକୋଟ ପୋଲିସ ଅତର୍କିତ ଭାବେ ରଜନୀକାନ୍ତଙ୍କ ଘରେ ଚଢାଉ କରିଥିଲେ  । ଚଢାଉ ବେଳେ ଗଞ୍ଜେଇ, ଅଫିମ, ଟଙ୍କା ଓ ସୁନା ଜବତ କରିଛି ପୋଲିସ  । ରଜନୀ କାନ୍ତଙ୍କୁ ଗିରଫ କରିବା ସହ ଏଥିରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.