ମୋହନା: ବଜ୍ରାଘାତରେ ଟଳିପଡିଲେ ୧୦ଟି ବଳଦ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ଅନ୍ତର୍ଗତ ଉପର ପାଲ୍ଡା ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ବଜ୍ରାଘାତରେ ୧୦ଟି ବଳଦ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ୩ଟାରେ ହଠାତ ବର୍ଷା ହେବାସହ ବଜ୍ରପାତ ହୋଇଥିଲା। ସେହି ସମୟରେ ପାହାଡ଼ ଉପରେ ଥିବା ଏକ ପଥର କରୋଡ଼ରେ ବଦଳମାନେ ଆଶ୍ରୟ ନେଇଥିଲେ। ହଠାତ ସେହି ସ୍ଥାନରେ ବଜ୍ରପାତ ହେବା ଯୋଗୁଁ ଘଟଣା ସ୍ଥଳରେ ବଳଦ ମାନଙ୍କର ମୃତ୍ୟୁ ହୋଇଥିଲା ।

ମୃତ ବଳଦ ମାନଙ୍କ ମଧ୍ୟରେ କାମେଶ୍ୱର ମଲ୍ଲିକ ଙ୍କ ୫ଟି,ସୁଶାନ୍ତ ମଲ୍ଲିକ ଙ୍କ ୩ଟି ଏବଂ ମହେନ୍ଦ୍ର ମଲ୍ଲିକଙ୍କ ୨ଟି ବଳଦ ରହିଛି। ଖବର ପାଇ ମୋହନା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ବୀରେନ୍ଦ୍ର ପଣ୍ଡା ଘଟଣା ସ୍ଥଳକୁ ଯାଇ ମୃତ ବଳଦ ଗୁଡିକ ର ଶବ ବ୍ୟବଛେଦ କରିବା ସହ ପ୍ରବନ୍ଧନ କରିଛନ୍ତି । ପ୍ରାଣୀ ସମ୍ପଦ ବିଭାଗ ବ୍ୟବଛେଦ ରିପୋର୍ଟ ଦେବାପରେ କ୍ଷତିଗ୍ରସ୍ତ ବଳଦ ମାଲିକ ମାନଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.