ଆଠଗଡ଼: ଟିକା ପାଇଁ ହୋହଲ୍ଲା ସାଙ୍ଗକୁ ଟଣାଓଟରା, ଜମା ହେଉଛନ୍ତି ଶହ ଶହ ଲୋକ

ଆଠଗଡ଼(କେନ୍ଯୁଜ୍): ଟିକାକେନ୍ଦ୍ରରେ ଅଭାବନୀୟ ଦୃଶ୍ୟ। ଟିକା ପାଇଁ ଟଣାଓଟରା। ଆଠଗଡ଼ ଗୁରୁଡିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନାହିଁନଥିବା ଭିଡ । ସକାଳୁ ସକାଳୁ ଭିଡ ଜମାଇ ନିଜ ନିଜ ଭିତରେ ଠେଲା ପେଲା ହେଉଛନ୍ତି ।

ଦୈନିକ ୨ଶହ ଟିକା ଦିଆଯାଉଥିବା ବେଳେ ଜମା ହୋଇଛନ୍ତି ଶହ ଶହ ଲୋକ । ହୋହଲ୍ଲା ହେବା ସହ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।

ଏନେଇ ଗୁରୁଡିଝାଟିଆ ପୋଲିସ ମୁତୟନ ହୋଇଛନ୍ତି। ତେବେ ଅଧିକାଂଶ ଦିନ ଏଭଳି ପରିସ୍ଥିତି ଉପୁଜୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.