ରେଲୱେରେ ଖାଲିପଡିଛି ୩୩୬୬ ପଦବୀ, ଆଜିଠାରୁ କରିପାରିବେ ଆବେଦନ

ଭାରତୀୟ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ ପକ୍ଷରୁ ଇଷ୍ଟର୍ନ ରିଜନରେ ଆପାରଣ୍ଟିସ ପଦବୀରେ ବମ୍ପର ନିଯୁକ୍ତି ଜାରି ହୋଇଛି। ଏଠାରେ ୩୩୬୬ ପଦବୀ ଖାଲିପଡିଛି। ଏହି ପଦବୀରେ ଆବେଦନ କରିବା ପାଇଁ rrc ର ଅଫିସିଆଲ ୱେବସାଇଟ www.rrcer.com କୁ ଯାଇ ଅନଲାଇନ ଆବେଦନ ଫର୍ମ ପୂରଣ କରିବାକୁ ହେବ।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୪ ଅକ୍ଟୋବରରୁ ଆରମ୍ଭ ହେଉଥିବା ବେଳେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୩ ନଭେମ୍ବର ରହିଛି। ମେରିଷ୍ଟ ଲିଷ୍ଟ ଜାରି ହେବାର ତାରିଖ ୧୮ ନଭେମ୍ବର ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ୧୦ମ୍ ପାସ୍ କରିଥିବା ଜରୁରୀ। ଏହାଛଡା ପାଖରେ SEVT ଦ୍ବାରା ମିଳିଥିବା ସାର୍ଟିଫିକେଟ ମଧ୍ୟ ରହିଥିବା ଜରୁରୀ।

ଆବେଦନ ଶୁଳ୍କ: ସଂରକ୍ଷିତ ବର୍ଗ ଏବଂ ମହିଳାଙ୍କ ପାଇଁ କୌଣସି ପ୍ରକାରର ଆବେଦନ ନଥିବା ବେଳେ ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଆପ୍ଲିକେସନ ଫିସ୍ ୧୦୦ ଟଙ୍କା ରହିଛି।

ଏମିତି କରନ୍ତୁ ଆବେଦନ:

ପ୍ରଥମେ ଅଫିସିଆଲ ୱେବସାଇଟ rrcer.comକୁ ଯାଆନ୍ତୁ।

ୱେବସାଇଟର ହୋମ ପେଜରେ recruitment ଲିଙ୍କରେ କ୍ଲିକ କରନ୍ତୁ।

ତା’ ପରେ ଅନଲାଇନ ଆପ୍ଲିକେସନ ଲିଙ୍କରେ କ୍ଲିକ କରନ୍ତୁ।

NOTIFICATION ACT APPRENTICE 2020-21 ଲିଙ୍କରେ କ୍ଲିକ କରନ୍ତୁ।

ଏଥିରେ ଦିଆଯାଇଥିବା ସମସ୍ତ ବିବରଣୀ ପୂରଣ କରିବା ପରେ ରେଜିଷ୍ଟ୍ରସନ ପ୍ରକ୍ରିୟା ପୂରଣ କରନ୍ତୁ।

ଶେଷରେ ରେଜିଷ୍ଟ୍ରସନ ପରେ ଆପ୍ଲିକେସନ ଫର୍ମ ଭରି ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ।

https://139.99.53.236:8443/rrcer/NOTIFICATION%20ACT%20APPRENTICE%202020-21.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.