ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା: ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କଲେ ମହିଳା, ୫ ଆହତ

ବାରିପଦା(କେନ୍ୟୁଜ): ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ଦିନ ଦୁଇ ପ୍ରହରରେ ଭୁଜାଲିରେ ଆକ୍ରମଣ କଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରା ଅଂଚଳରେ ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ସଙ୍ଘବଦ୍ଧ ଭାବେ କିଛି ମହିଳା ଅନ୍ୟ ଏକ ଗୋଷ୍ଠିର ମହିଳାକୁ ଠେଙ୍ଗା, ଭୁଜାଲିରେ ଆକ୍ରମଣ କରିଛନ୍ତି।

ଖବରପାଇ ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଁଚି ପରିସ୍ଥିତିକୁ ଆୟତ୍ତ କରିଛି। ଘଟଣାରେ ୫ ଜଣ ମହିଳା ଆହତ ହୋଇଥିବା ବେଳେ ସେମାନଙ୍କୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁର ୧୦ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ ।