ରାଜ୍ଯରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା

ଭୁବନେଶ୍ବର(କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ। ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପ୍ତଳ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ମୌସୁମୀ ସକ୍ରିୟ ।

ଲଗାତର ୨ରୁ ୩ ଦିନ ଧରି ଏସବୁ ଜିଲ୍ଲାରେ ବର୍ଷା ଜାରି ରହିଛି । କାଳବୈଶାଖୀ ଜନିତ ଏହି ବର୍ଷା ଯୋଗୁଁ ମୌସୁମୀ ସକ୍ରିୟ ରହିଛି । ଆସନ୍ତା ୧୯ ତାରିଖ ଯାଏଁ ଏହି ଜିଲ୍ଳା ଗୁଡିକରେ ବର୍ଷା ହେବ । ମେ’ ୨୯ରେ କେରଳ ଛୁଇଁଥିଲା ମୌସୁମୀ । ଆଜି ଓଡ଼ିଶା ଛୁଇଁଲା ମୌସୁମୀ । ଚଳିତବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ ପାଇଁ ବିଳମ୍ବ ହୋଇଛି ମୌସୁମୀ । ଗତବର୍ଷ ଜୁନ ୩ରେ କେରଳ ଛୁଇଁଥିବା ବେଳେ ଓଡ଼ିଶାରେ ଜୁନ ୧୫ରେ ଓଡ଼ିଶା ଛୁଇଁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.