ସମ୍ବଲପୁର ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୩ରୁ ଅଧିକ ଆହତ

ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁରରେ ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଇଁଠାପାଲି ମାଝିପାଲି ଠାରେ ଥିବା ଗୁଟ୍‌ଖା କାରଖାନାରେ ସକାଳ ୧୧ଟା ବେଳକୁ ହଠାତ ନିଆଁ ଲାଗି ଯାଇଥିଲା। ଏଥିରେ ୨୩ରୁ ଅଧିକ ଆହତ ହୋଇଛନ୍ତି। ପ୍ରଚଣ୍ଡ ନିଆଁ ହଠାତ ଚାରିଆଡକୁ ମାଡ଼ି ଯାଇଥିଲା। ଲକ୍ଷଲକ୍ଷ ପ୍ୟାକେଟ ଗୁଟଖା ଜଳିଯାଇଥିଲା। ଫଳରେ ଫ୍ୟାକ୍‌ଟ୍ରିରେ କାମ କରୁଥିବା କର୍ମଚାରୀ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲିଭା କାର୍ଯ୍ୟରେ ଦମକଳ ବିଭାଗର ୨ଟି ଗାଡ଼ି ଓ ଗୋଟିଏ ରେସ୍‌କ୍ୟୁ ଗାଡ଼ି ନିୟୋଜିତ ହୋଇଥିଲା। ଅଗ୍ନିଶମ କର୍ମଚାରୀ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସମ୍ବଲପୁର ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ ପ୍ରାୟ ୨୫ଜଣ ଶ୍ରମିକ ଆହତ କରୁଛନ୍ତି ଚେଷ୍ଟା କରୁଛି। କାରଖାନା ଭିତରେ ପ୍ରବଳ ଧୂଆଁ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.