ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଲୋକାର୍ପଣ କଲେ “ପରୀକ୍ଷା ଦର୍ପଣ”

କଟକ(କେ ନ୍ୟୁଜ): ଆଜିଠୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବ ପରୀକ୍ଷା ଦର୍ପଣ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ଟେଷ୍ଟ ପେପରକୁ ଲୋକାର୍ପିତ କରିଛନ୍ତି । ୭୦୦ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକା ଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରେ ଖୁବ ସହାୟକ ହେବ । କରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି।

ମାଟ୍ରିକ ପରୀକ୍ଷା ନେଇ ପିଲାଙ୍କ ଶଙ୍କା ଦୁର କରିବା ଲାଗି ଗଣଶିକ୍ଷା ବିଭାଗ ମାଗଣାରେ ଏହି ପୁସ୍ତିକାକୁ ବାଣ୍ଟିବ। ଏହାଦ୍ୱାରା ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀ ଉପକୃତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.