ଜୁଏଲାରୀ ଦୋକାନ ପାଖରେ ଜୁସ୍ ଦୋକାନ ଖୋଲିଲେ, ତା’ ପରେ ସୁଡଙ୍ଗ କରି ଲୁଟି ନେଲେ କୋଟି କୋଟି ଟଙ୍କା ଗହଣା

ଆପଣ ଫିଲ୍ମରେ ଅନେକ ଷ୍ଟାଇଲର ଚୋରି ଦେଖିଥିବେ। କେମିତି ଚୋର ବିଭିନ୍ନ ପ୍ରକାର ଅଭିନବ ଉପାୟ ଆପଣାଇ ଚୋରି କରେ, ତାହା ତ ଅନେକ ଚୋର ଫିଲ୍ମ ଦେଖି ଶିଖିସାରିଥିବେ। ପ୍ରଥମେ ଜୁଏଲାରୀ ଦୋକାନ ପାଖରେ ଜୁସ୍ ଦୋକାନ ଖୋଲିଲେ। ଆଉ ତା’ରେ ଜୁଏଲାରୀ ଦୋକାନର କାନ୍ଥକୁ ଡ୍ରିଲ୍ କରି ଚୋରମାନେ କଳାକନା ବୁଲାଇ ଦେଲେ। ଅଭିନବ ଉପାୟରେ ନଭି ମୁମ୍ବାଇରେ ଚୋରମାନେ ଏକ ଜୁଏଲାରୀ ଦୋକାନରୁ କୋଟି କୋଟି ଟଙ୍କାର ସୁନା ଚୋରି କରି ନେଇଛନ୍ତି।

ନଭି ମୁମ୍ବାଇ ପୋଲିସ ଏସିପି ବିନାୟକ ବସ୍ତଙ୍କ କହିବାନୁଯାୟୀ, ଚୋରମାନେ ପ୍ରଥମେ ବର୍ତକ ନଗର ପୋଖରଣ ରୋଡରେ ଥିବା ଓ୍ବାରିମାତା ଜୁଏଲାରୀ ଦୋକାନରେ କିଛ ଦିନ ଦେଖିବାକୁ ମିଳିଥିଲେ। ଯେତେବେଳେ ତାଙ୍କୁ ଜଣାପଡିଥିଲା, ଜୁଏଲାରୀ ଦୋକାନ ପାଖରେ ଆଉ ଏକ ଦୋକାନ ଖାଲି ରହିଛି। ଏହାପରେ ଚୋରମାନେ ଗ୍ୟାସ୍ କଟର ନେଇ ବାକି ସବୁ ଜିନିଷକୁ ଏକାଠି କରିନେଇଥିଲେ, ଯାହାଫଳରେ ତାଙ୍କୁ ଜୁଏଲାରୀ ବାହାର କରିବାରେ ସୁବିଧା ହୋଇଥିଲା। ଏହାପରେ ଚୋରମାନେ ଏକ ସପ୍ତାହ ପର୍ଯ୍ୟନ୍ତ ଜୁଏଲାରୀ ଦୋକାନର ଟାଇମିଂ ଓ ସପ୍ତାହରେ କେଉଁ ଦିନ ବନ୍ଦ ରୁହେ ତାହା ଉପରେ ନଜର ରଖିଥିଲେ। ଆଉ ଯେଉଁଦିନ ସୁଯୋଗ ମିଳିଲା ଦୋକାନରେ କଳାକନା ବୁଲାଇ ଚାଲିଗଲେ।

ରାହୁଲ ଅବଦୁଲ ମାଜିଦ୍ ଶେଖ୍ ବ୍ୟକ୍ତି ଜଣକ ଭଡାରେ ଦୋକାନ ନେଇଥିଲେ । ସେ ଭଡାରେ ନେଇଥିବା ଦୋକାନ ଆଗରେ ‘ଅବଦୁଲ ଫ୍ରୁଟସ୍’ ନାମରେ ଏକ ସାଇନବୋର୍ଡ ମଧ୍ୟ ଲଗାଇଥିଲା। ୧୭ ଜାନୁଆରୀ ରାତିରେ ରାହୁଲ ନିଜର ଚାରିଜଣ ସାଙ୍ଗଙ୍କ ସହିତ ଦୋକାନ କଣା କରି ଭିତରେ ରଖାଯାଇଥିବା ସବୁ ଜିନିଷ ଚୋରି କରି ନେଇଯାଇଥିଲା। କୁହାଯାଉଛି ଯେ, ଚୋରି କରାଯାଇଥିବା ଜିନିଷ ପ୍ରାୟ ୧.୩୭ କୋଟି ଟଙ୍କା। ଯେତେବେଳେ ପୋଲିସକୁ ରାହୁଲ ଓ ତା’ର ସାଙ୍ଗ ସାହେବ ଆକବର ଶେଖ୍ ବିଷୟରେ ସୂଚନା ମିଳିଥିଲା ପୋଲିସ କିଛି ଜୁଏଲାରୀ ସହିତ ଦୁଇଜଣଙ୍କୁ ନିଜର କଷ୍ଟଡିରେ ନେଇଥିଲା। ଦୁହେଁ ନିଜର ଭୁଲ ସ୍ବୀକାର କରିଛନ୍ତି। ପୋଲିସ ଅନ୍ୟ ଚୋରଙ୍କୁ ଧରିବାକୁ ଚେଷ୍ଟା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.