Below header

ବାଲିଯାତ୍ରା ପଡିଆରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର ବାଲିଯାତ୍ରା ପଡିଆରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ମୃତକ ଜଣକ ବରିମୁଣ୍ଡ ଡ଼ିଅସାହିର ନିବାସ ଭୂୟାଁ ବୋଲି ଜଣାପଡିଛି । ନଈକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ବାଲିଯାତ୍ରା ପଡିଆରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ନଇ ମଝିରେ ଏକ ମୃତଦେହ ଦେଖିଥିଲେ ଯୁବତୀମାନେ । ଏନେଇ ପୋଲିସକୁ ଖବର ଦେବା ପରେ ଦମକଳ ବାହନୀ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ । ମୃତକ ଜଣକ ବରିମୁଣ୍ଡ ଡ଼ିଅସାହିର ନିବାସ ଭୂୟାଁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.