Below header

ଏବେଠୁ ୧୧ଟି ରାଜ୍ୟକୁ ସଂଯୋଗ କରିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ

ଆଜି ଦେଶକୁ ଉପହାର ଭାବେ ମିଳିବ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଏହି ଟ୍ରେନ୍‌ ଚାଲିବାର ଅନୁମତି ଦେଇଛନ୍ତି । ଏହି ୯ଟି ଟ୍ରେନ୍‌ ୧୧ଟି ରାଜ୍ୟ ମଧ୍ୟରେ ସଂଯୋଗକୁ ବଢାଇବା ସହ ଲୋକଙ୍କ ଯାତ୍ରା ପାଇଁ ଏକ ଭଲ ମାଧ୍ୟମ ହେବ । ତେବେ ଟ୍ରେନ୍‌ଟି ଚାଲିବା ଦ୍ୱାରା ପୁରୀ, ମଦୁରାଇ ଏବଂ ତିରୁପତି ଭଳି ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନକୁ ଏକ ନୂଆ ସଂଯୋଗ ମିଳିବ ।

ଆଜି ଦେଶକୁ ଉପହାର ଭାବେ ମିଳିବ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଏହି ଟ୍ରେନ୍‌ ଚାଲିବାର ଅନୁମତି ଦେଇଛନ୍ତି । ଏହି ୯ଟି ଟ୍ରେନ୍‌ ୧୧ଟି ରାଜ୍ୟ ମଧ୍ୟରେ ସଂଯୋଗକୁ ବଢାଇବା ସହ ଲୋକଙ୍କ ଯାତ୍ରା ପାଇଁ ଏକ ଭଲ ମାଧ୍ୟମ ହେବ । ତେବେ ଟ୍ରେନ୍‌ଟି ଚାଲିବା ଦ୍ୱାରା ପୁରୀ, ମଦୁରାଇ ଏବଂ ତିରୁପତି ଭଳି ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନକୁ ଏକ ନୂଆ ସଂଯୋଗ ମିଳିବ । ଏହି ଟ୍ରେନ୍‌  ବହୁତ ଦ୍ରୁତଗତିରେ ଚାଲିବ, ଯାହାଦ୍ୱାରା ଯାତ୍ରୀମାନଙ୍କ ବହୁତ ସମୟ ବଞ୍ଚିଯିବ । ଯାତ୍ରୀମାନ ଏହି ଟ୍ରେନ୍‌ରେ ଓ୍ଵାଲ୍ଡ କ୍ଲାସ ସୁବିଧା ପାଇବେ, ଯାହା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ଏହି ୯ଟି ଟ୍ରେନ୍‌ ୧୧ଟି ରାଜ୍ୟକୁ ଚାଲିବ । ଯେପରି ରାଜସ୍ଥାନ, ତେଲଙ୍ଗାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଓଡିଶା, କେରଳ,ଝାଡଖଣ୍ଡ ଏବଂ ଗୁଜୁରାଟ ଭଳି ସ୍ଥାନକୁ ସଂଯୋଗ କରିବ । ଏହି ଟ୍ରେନ୍‌ ନିଜ ମାର୍ଗରେ ସବୁ ଠାରୁ ଦ୍ରୁତଗତିର ଟ୍ରେନ୍‌ ହେବ । ଯାହାଦ୍ୱାରା ଯାତ୍ରା କରୁଥିବା ଲୋକଙ୍କର ଅନେକ ସମୟ ବଞ୍ଚି ଯିବ । ବନ୍ଦେ ଭାରତ ଟ୍ରେନ୍‌ର ଚାଲିବା ଦ୍ୱାରା ଦେଶର ରେଳ ସେବାରେ ଏକ ନୂତନ ଯୁଗର ଆରମ୍ଭ ହେବ ।

ଏବେ ଜାଣନ୍ତୁ ସେହି ସବୁ ଟ୍ରେନର ନାମ :
୧. ଉଦୟପୁର ରୁ ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌
୨. ତିରୁନେଲବେଲି ରୁ ମଦୁରାଇ ଏବଂ ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌
୩. ହାଇଦ୍ରାବାଦ ରୁ ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌
୪. ବିଜୟବାଡା ରୁ ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌
୫. ପାଟନା ରୁ ହାଓ୍ଵଡା ବନ୍ଦେ ଭାରତ ଏକ୍ସପ୍ରେସ୍‌
୬. କାସାରଗୋଡ ରୁ ତିରୁବନ୍ତପୁରମ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌
୭. ରାଉଲକେଲା ରୁ ଭୁବନେଶ୍ୱର ଏବଂ ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌
୮. ରାଞ୍ଚି ରୁ ହାଓ୍ଵଡା ବନ୍ଦେ ଭାରତ ଏକ୍ସପ୍ରେସ୍‌
୯. ଜାମନଗର ରୁ ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.