Below header

ମୋ ବସ୍ ଭିତରୁ ମହିଳାଙ୍କ ଠାରୁ ଲୁଟିନେଲା ଚୋର, ସବୁ ଯାତ୍ରୀଙ୍କୁ କରାଗଲା ଚେକିଙ୍ଗ

ଜଣେ ମହିଳା ମୋ ବସରେ ଯିବାପାଇଁ ଉଠିଲେ । ଯେତେବେଳେ କଣ୍ଡକ୍ଟର ତାଙ୍କୁ ଟିକେଟ କାଟିବାପାଇଁ ଟଙ୍କା ମାଗିଲେ ସେତେବେଳେ ଉକ୍ତ ମହିଳା ଜଣଙ୍କ ନିଜ ବ୍ୟାଗ ଖୋଲି ଟଙ୍କା ଦେବାକୁ ଗଲା ବେଳକୁ ବ୍ୟାଗର ଚେନ୍ ଖୋଲା ଅଛି । ଆଉ ବ୍ୟାଗ୍ ଭିତରେ ଥିବା ଟଙ୍କା ନାହିଁ କି ସୁନା, ଗହଣା, ମୋବାଇଲ, ପାସବୁକ ଯାହାବି ଥିଲା ସବୁ ଗାୟବ ।

ଭୁବନେଶ୍ୱର(କେନ୍ୟୁଜ୍): ଭରତପୁର ଥାନା ସାମ୍ନାରେ ଠିଆ ହୋଇଥାଏ ଗୋଟିଏ ମୋ ବସ୍ । ଆଉ ଥାନା ଭିତରେ ମହିଳା ପୁରୁଷ ସମସ୍ତଙ୍କ ଭିଡ଼ ଜମିଥାଏ । ସବୁ ମହିଳା ମାନଙ୍କୁ ଜଣେ ମହିଳା ଚେକିଙ୍ଗ କରୁଥାନ୍ତି । ଏଭଳି ଦୃଶ୍ୟ ଦେଖିବା ପାଇଁ ଭାରି ଗହଳି ଲାଗିଥାଏ । ସବୁ ମହିଳା ମାନଙ୍କର ଗୋଡ଼ରୁ ମୁଣ୍ଡ ଯାଏ ଚେକିଙ୍ଗ ହେଉଥାଏ । ଜଣ ଜଣଙ୍କୁ ଚେକିଙ୍ଗ କରି ବାହାରକୁ ଛଡାଯାଉଥାଏ । ଏସବୁ ଘଟଣା କଣ ଘଟିଛି? କାହିଁକି ଏମିତି ଭିଡ଼ ? କଣ ପାଇଁ ଚେକିଙ୍ଗ ଚାଲିଛି ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ।ଏହି ସମୟରେ ଜଣେ ମହିଳାଙ୍କ ଉପରେ ନଜର ପଡିଲା । ମହିଳାଙ୍କୁ ଜଣେ ଦୁଇ ଜଣ ମହିଳା ବସି ବୁଝାଉଥାନ୍ତି । ମହିଳା ଜଣଙ୍କ ଭାରି ଅସ୍ତବ୍ୟସ୍ତ ହୋଇପଡୁଥାନ୍ତି । ମନରେ ଦୁଃଖ କୋହ ଭରି କଥାବାର୍ତ୍ତା କରୁଥାନ୍ତି ।

କଥା କଣ ବୁଝୁ ବୁଝୁ ଜଣା ପଡିଲା ମୋ ବସ୍ ରେ ଯାତ୍ରା କରିବା ସମୟରେ ଏହି ମହିଳାଙ୍କଠାରୁ ହୋଇଛି ଲୁଟ୍ । ଯାହାସୂଚନ ମିଳିଛି ଏହି ମହିଳା ଜଣକ ମୋ ବସରେ ପ୍ରଥମେ ଉଠିଥିଲେ । ଯେତେବେଳେ କଣ୍ଡକ୍ଟର ତାଙ୍କୁ ଟିକେଟ କାଟିବାପାଇଁ ଟଙ୍କା ମାଗିଲେ ସେତେବେଳେ ଉକ୍ତ ମହିଳା ଜଣଙ୍କ ନିଜ ବ୍ୟାଗ ଖୋଲି ଟଙ୍କା ଦେବାକୁ ଗଲା ବେଳକୁ ବ୍ୟାଗର ଚେନ୍ ଖୋଲା ଅଛି । ଆଉ ବ୍ୟାଗ୍ ଭିତରେ ଥିବା ଟଙ୍କା ନାହିଁ କି ସୁନା, ଗହଣା, ମୋବାଇଲ, ପାସବୁକ ଯାହାବି ଥିଲା ସବୁ ଗାୟବ। ଏକଥା ଜାଣିବା ପରେ ମହିଳା ଜଣଙ୍କ ଚେତାଶୂନ୍ୟ ହୋଇଯାଇଥିଲେ। ମହିଳାଙ୍କ ଚେତା ଫେରିବା ପରେ ସଭିଁଏ ବ୍ୟତୀବ୍ୟସ୍ତ ହୋଇ ପଚାରୁଥିଲେ କଣ ହୋଇଛି? ମହିଳା ଜଣଙ୍କ କହିଥିଲେ ସେ ବ୍ୟାଗରେ ଟଙ୍କା ସୁନା କାଗଜ ପତ୍ର ସବୁ ରଖିଥିଲେ । ସେସବୁ କିଏ ଏଇ ଭିଡ଼ ଭିତରେ ନେଇଯାଇଛି ।

loot

ଏପଟେ ମହିଳା ଜଣଙ୍କ ନିଜ ସ୍ୱାସ୍ଥ୍ୟ ଭଲ ନଥିବାରୁ ଏକ ଘରୋଇ ଡାକ୍ତର ଖାନା ଆସିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ କିଣି ଘରକୁ ଫେରୁ ଥିଲେ ମୋ ବସରେ।ହସ୍ପିଟାଲ ଛକରୁ ଷ୍ଟୁଡ଼ିଓ ଭିତରେ କେଉଁଠି ଏହି ସମୟରେ କିଏ ଚୋର କରି ନେଇଯାଇଛି ତାଙ୍କ ବ୍ୟାଗ ରୁ ଟଙ୍କା ପଇସା ସୁନା ଗହଣା । ଏନେଇ ଜମିଛି ଏସବୁ ଭିଡ଼। ତେବେ ଆଗରୁ ଅନେକ ଥର ମୋ ବସ ରୁ ଚୋରି ଘଟାନା ସାମ୍ନାକୁ ଆସିଛି । ତେବେ ଭରତପପୁର ଥାନା ଅଂଚଳରେ ଚୋରି ,ଛିନତାଇ, ରାହାଜାନି ଏତେ ମାତ୍ରାରେ ବଢୁଛି ସାଧାରଣ ଜନତା ତ୍ରାହି ତ୍ରାହି ଡାକିଲେଣି । ଦିନ ଦ୍ୱିପ୍ରହରରେ ଏସବୁ ଘଟଣା ଭରତପୁର ଥାନା ଅଞ୍ଚଳରେ ସାଧାରଣ ଘଟଣା ପାଲଟିଲାଣି । ପୋଲିସର କେବେ ଆଖିଖୋଲିବ ତାକୁ ହିଁ ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.