ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ କଲେ ହତ୍ୟା

କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ଗୋଛାପଡ଼ା ଥାନା ସାଲୁଗୁଡ଼ା ପଞ୍ଚାୟତ କୁସେରୀ ଗାଁରେ ଦମ୍ପତିଙ୍କୁ ହତ୍ୟା । ଗତକାଲି ରାତିରେ ସ୍ବାମୀ ଡାହିରା କହଁର ଓ ପତ୍ନୀ ବତାସୀ କହଁରଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ମାଓବାଦୀଙ୍କ ବର୍ବରକାଣ୍ଡ । ଗୋଛାପଡ଼ା ଥାନା ସାଲୁଗୁଡ଼ା ପଞ୍ଚାୟତ କୁସେରୀ ଗାଁରେ ଦଂପତିଙ୍କୁ ହତ୍ୟା । ଗତକାଲି ରାତିରେ ସ୍ବାମୀ ଡାହିରା କହଁର ଓ ପତ୍ନୀ ବତାସୀ କହଁରଙ୍କୁ ମାଓବାଦୀମାନେ ଘରେ ପଶି ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

ନିକଟରେ ବଡା ପାଯୁ ଠାରେ ଫେବ୍ରୁଆରୀ ୨୬ତାରିଖରେ BSF COB ବା କମ୍ପାନୀ ଅପରେଟିଂ ବେସ ସ୍ଥାପନ ହୋଇଥିଲା। ଏହା ଘଟଣା ସ୍ଥଳଠାରୁ ମାତ୍ର ୫ କିମି ଦୂରରେ ରହିଛି। ADG ଅପରେସନ ଏସ ଦେବଦତ୍ତ ସିଂହ କହିଛନ୍ତି ଯେ ଏନେଇ ପୋଲିସ ପକ୍ଷ ରୁ ଯାଞ୍ଚ ସହ ତଥ୍ୟ ସଂଗ୍ରହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.