OSRTC ବସ୍‌ ପୁଣି ଦୁର୍ଘଟଣା: ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ଦେଲା ଧକ୍କା, ୫ ଆହତ

ଓଏସଆରଟିସି ବସ ପୁଣି ଦୁର୍ଘଟଣା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବାଇପାସ ରାସ୍ତାରେ କେନ୍ଦୁଝର -ବଲାଙ୍ଗୀର ସରକାରୀ ବସ ଦୁର୍ଘଟଣା ହୋଇଛି l ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

କୁଚିଣ୍ଡା (କେନ୍ୟୁଜ): ଓଏସଆରଟିସି ବସ ପୁଣି ଦୁର୍ଘଟଣା । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବାଇପାସ ରାସ୍ତାରେ କେନ୍ଦୁଝର -ବଲାଙ୍ଗୀର ସରକାରୀ ବସ ଦୁର୍ଘଟଣା ହୋଇଛି l ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ପୂର୍ବରୁ ଛିଡା ଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ ଫଳରେ ବସ ଚାଳକ ଗୁରୁତର ହୋଇଛନ୍ତି l ଏହାପରେ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି l ପ୍ରାୟ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି l ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ବିଳମ୍ବିତ ରାତି ପ୍ରାୟ ୩ ଟାରେ ଦୁର୍ଘଟଣା ଘଟିଛି।ବସ ଚାଳକ ବହୁ ସମୟ ଧରି ଗାଡି ଭିତରେ ଚାପି ହୋଇ ରହି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ତଥା ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.