କଣ୍ଟାବାଞ୍ଜି: ଖଲିଆମୁଣ୍ଡା ପୋଖରୀ ପାଖରୁ ନରକଙ୍କାଳ ଠାବ : ପୋଲିସର ତଦନ୍ତ ଜାରି

କଣ୍ଟାବାଞ୍ଜି (କେନ୍ୟୁଜ): ପୋଖରୀରୁ ନରକଙ୍କାଳ ଠାବ। କଣ୍ଟାବାଞ୍ଜି ମୁରିବାହାଲ ଥାନା ଭୋଇପଡ଼ା-ଗୁରୁଣ୍ଡା ରାସ୍ତା ଖଳିଆମୁଣ୍ଡାରେ ଥିବା ଏକ ପୋଖରୀରୁ ଠାବ ହୋଇଛି ନରକଙ୍କାଳ। ତା ସହିତ ଏକ ବାଇକ୍‌ ମଧ୍ୟ ମିଳିଛି। ନରକଙ୍କାଳଟି ଟିଟିଲାଗଡ଼ ଥାନା କୁମ୍ଭୀପଡା ଗାଁର ନରେଶ ବାଗଙ୍କର। ଗତ ଡିସେମ୍ବର ୧୨ ତାରିଖରୁ ନରେଶ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାରଲୋକେ ଥାନାରେ ଏତଲା ଦେଇଥିଲେ।

ଆଜି ପୋଖରୀ ପାଣିରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ନରକଙ୍କାଳ ଉଦ୍ଧାର କରିଥିଲେ। ତେବେ କେତେ ଦିନରୁ ମୃତଦେହ ପଡିରହିଛି ତାହା ଜଣାପଡ଼ିନି। ନରେଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।