ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା, କୋର୍ଟରେ ଆଜି ହୋଇପାରେ ମେନସନ୍‌

ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଆଜି ହୋଇପାରେ ମେନସନ୍‌ । ରଥଯାତ୍ରାକୁ ନେଇ କୋର୍ଟରେ ପହଞ୍ଚିଛି ମାମଲା । ସମ୍ବିଧାନର ଧାରା ୩୨ରେ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ରିଟ୍‌ ପିଟିସନ । ଓଡ଼ିଶା ବିକାଶ ପରିଷଦ ତରଫରୁ ସୁଶାନ୍ତ କୁମାର ପାଢ଼ୀ ରିଟ୍‌ ପିଟିସନ ଦାଖଲ କରିଛନ୍ତି । ଆବେଦନ କରିଛନ୍ତି ,କୋର୍ଟ ରଥଯାତ୍ରା ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ । କିମ୍ବା ଯେଉଁମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ସେମାନଙ୍କୁ କୁହନ୍ତୁ, ରଥଯାତ୍ର ପାଇଁ ଅନୁମତି ଦିଅନ୍ତୁ ନାହିଁ । ଏହି ପଟିସନରେ କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.