Below header

ମହାଯାତ୍ରାରେ ମହେଶ୍ବର, ଶଙ୍ଖ ଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତା

ଶଙ୍ଖ ଭବନରେ ମହେଶ୍ବର ମହାନ୍ତିଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତା ମହେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯାଇଛି । ସେଠାରେ ତାଙ୍କର ଶେଷଦର୍ଶନ କରିଛନ୍ତି ବିଧାନସଭାର ସଦସ୍ୟ ଓ ସାଧାରଣ ଲୋକ । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା।

ଭୁବନେଶ୍ୱର (କେନ୍ୟୁଜ): ମହାଯାତ୍ରାରେ ମହେଶ୍ବର । ଶଙ୍ଖ ଭବନରେ ମହେଶ୍ବର ମହାନ୍ତିଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତା ମହେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯାଇଛି । ସେଠାରେ ତାଙ୍କର ଶେଷଦର୍ଶନ କରିଛନ୍ତି ବିଧାନସଭାର ସଦସ୍ୟ ଓ ସାଧାରଣ ଲୋକ । ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅପ୍ ଅନର୍ ଦିଆଗଲା। ପରେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯିବ ।

ସ୍ବର୍ଗଦ୍ବାରରେ ହେବ ଶେଷ କୃତ୍ୟ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଭୋର ୩ଟା ୨୫ରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ । । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଗତ ନଭେମ୍ବର ୧ ତାରିଖରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମହେଶ୍ବର ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.