ଟଳିଲା ଆଉ ଏକ ରେଳ ଅଘଟଣ: ଟ୍ରେନ୍‌ରୁ ହଠାତ୍‌ ଅଲଗା ହୋଇଗଲା ଇଞ୍ଜିନ

ମାଲବାହୀ ଟ୍ରେନ୍‌ରୁ ହଠାତ୍‌ ଅଲଗା ହୋଇଗଲା ଇଞ୍ଜିନ । ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥର ଏକ ମାଲବାହୀ ଟ୍ରେନର ଇଞ୍ଜିନ ଅଲଗା ହୋଇଯାଇଥିଲା । ଆଜି ସକାଳୁ ହରିଦାସପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ ।

ଯାଜପୁର (କେନ୍ୟୁଜ): ବଗି ଛାଡି ପଳାଇଲା ଇଞ୍ଜିନ । ମାଲବାହୀ ଟ୍ରେନ୍‌ରୁ ହଠାତ୍‌ ଅଲଗା ହୋଇଗଲା ଇଞ୍ଜିନ । ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥର ଏକ ମାଲବାହୀ ଟ୍ରେନର ଇଞ୍ଜିନ ଅଲଗା ହୋଇଯାଇଥିଲା । ଆଜି ସକାଳୁ ହରିଦାସପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ । ପତରାଜପୁର ନିକଟରେ ହଠାତ୍‌ ଇଞ୍ଜିନ ଅଲଗା ହୋଇଯାଇଥିଲା। କିଛି ସମୟ ପରେ ରେଳବାଇ କର୍ତ୍ତୃପକ୍ଷ ବଗି ସହ ଇଞ୍ଜନିକୁ ଯୋଡିଥିଲେ। ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା ଟ୍ରେନ । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.