ଦାଉ ସାଧିଲା ଅଦିନିଆ ବର୍ଷା: ଉପଯୁକ୍ତ ମୂଲ୍ୟ ନମିଳିବାକୁ ତରଭୁଜ ଚାଷରେ ଟ୍ରାକ୍ଟର ମଡାଇଦେଲେ ଚାଷୀ

ଅମଳ ବେଳେ ଦାଉ ସାଧିଲା ଅଦିନିଆ ବର୍ଷା। ତିନି ଏକର ତରଭୁଜ ଚାଷ ଜମିରେ ଟ୍ରାକ୍ଟର ବୁଲାଇ ହଳ କରିଦେଲେ ଚାଷୀ

ପଦ୍ମପୁର (କେନ୍ୟୁଜ): ତରଭୁଜ ଚାଷ ଉପରେ ମଡାଇଦେଲେ ଟ୍ରାକ୍ଟର। ତିନି ଏକର ତରଭୁଜ ଚାଷ ଜମିରେ ଟ୍ରାକ୍ଟର ବୁଲାଇ ହଳ କରିଦେଲେ ଚାଷୀ। ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁର କ୍ଷୀରୋଦ୍ର ସୁନା ୩ ଏକର ଜମିରେ ଚାଷ କରିଥିଲେ। ଭଲ ଫସଲ ହୋଇଥିଲା।

ତରଭୁଜ ବିକ୍ରି କରି ଭଲ ରୋଜଗାର କରିବାର ଆଶା ରଖିଥିଲେ କ୍ଷୀରୋଦ୍ର। ହେଲେ ଠିମ୍‌ ଅମଳ ପୂର୍ବରୁ ଅଦିନିଆ ବର୍ଷା ଦାଉ ସାଧିଲା। କୁଆପଥର ବର୍ଷା ହେବାରୁ ତରଭୁଜ ଗୁଡ଼ିକ ନଷ୍ଟ ହୋଇଗଲା। ଯାହା କିଛି ଥିଲା ବ୍ୟବସାୟୀମାନେ କମ ଦରରେ କିଣିବା ଯୋଗୁଁ କ୍ଷୀରୋଦ ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ତେଣୁ ବାଧ୍ୟ ହୋଇ ଟ୍ରାକ୍ଟର ମଡ଼ାଇ ଫସଲ ନଷ୍ଟ କରିଦେଇଛନ୍ତି।