୩ବର୍ଷ ପରେ ଭାଙ୍ଗିଲା ପାରସ ଓ ମାହିରାଙ୍କ ପ୍ରେମ ସମ୍ପର୍କ, ଇନଷ୍ଟାରେ ଅନଫଲୋ କଲେ ଅଭିନେତ୍ରୀ

ଅଭିନେତା ପାରସ ଛାବ୍ରା ଓ ଅଭିନେତ୍ରୀ ମାହିରା ଶର୍ମାଙ୍କ ପ୍ରେମ ସମ୍ପର୍କରେ ଫାଟ ସ୍ରୁଷ୍ଟି ହୋଇଛି। ବିଗ୍ ବସ୍ ସିଜିନ୍-୧୩ରେ ପ୍ର‌ତିଯୋଗୀ ଭାବେ ଭାଗ ନେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ‌ବିଗ୍ ବସ୍ ସିଜିନ୍-୧୩ ଶେଷ ହେବାକୁ ୩ବର୍ଷ ବିତିଥିବା ବେ‌ଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିବା ଖବର ସେମାନଙ୍କ ଫ୍ଯାନ୍ସମାନଙ୍କୁ ଗଭୀର ଆଘାତ ପହଁଚାଇଛି।

ମୁମ୍ବାଇ: ଛୋଟ ପରଦାରେ ସଲମାନ ଖାନଙ୍କ ଷ୍ଟାରର ସୋ ‘ ବିଗବସ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଚର୍ଚ୍ଚାରେ ରହିବାର କାରଣ କେବେ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ତ କେବେ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ରୋମାନ୍ସ । ଏହାଛଡା ସଲମାନ ଖାନ ମଧ୍ୟ ନିଜର ଥଟ୍ଟା ଓ କ୍ରୋଧରେ ଦର୍ଶକ ମାନଙ୍କ ମନକୁ ଜିତିନେଇଥାନ୍ତି । ତେବେ ଏମିତି ଏକ ସିଜିନ୍ ଥିଲା ବିଗ୍ ବସ୍ ସିଜିନ୍-୧୩ । ଏହି ସିଜିନ୍ ସବୁଠାରୁ ଅଧିକ ଲୋକପ୍ରିୟ ରହିଥିଲା । ତେବେ ଏହି ସିଜିନ୍ ରେ ପ୍ରତିଯୋଗୀ ଭାବେ ଆସିଥିବା ଅଭିନେତା ପାରସ ଛାବ୍ରା ଓ ଅଭିନେତ୍ରୀ ମାହିରା ଶର୍ମାଙ୍କ ତ ନିହାତି ଜାଣିଥିବେ। ଏହି ସୋ କରିବା ପରେ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ । ହେଲେ ଏହି କପଲ୍ ଙ୍କୁ ନେଇକି ଏବେ ଏକ ଖବର ସାମ୍ନାକୁ ଆସୁଛି ।

ଶୁଣିବାକୁ ମିଳୁଛି ଅଭିନେତା ପାରସ ଛାବ୍ରା ଓ ଅଭିନେତ୍ରୀ ମାହିରା ଶର୍ମାଙ୍କ ପ୍ରେମ ସମ୍ପର୍କରେ ଫାଟ ସ୍ରୁଷ୍ଟି ହୋଇଛି । ବିଗ୍ ବସ୍ ସିଜିନ୍-୧୩ରେ ପ୍ର‌ତିଯୋଗୀ ଭାବେ ଭାଗ ନେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ‌ଏହି ରିୟାଲିଟି ସୋ’ରେ ଦୁହେଁ ପରସ୍ପରକୁ ଖୁବ୍ ସପୋର୍ଟ କରିୁଥିଲେ ଏବଂ ସୋ’ ଶେଷ ଯାଏ ଦୁହେଁ ସାଙ୍ଗ ହୋଇ ଆଗକୁ ବଢ଼ିଚାଲିଥି‌ଲେ । ବିଗ୍ ବସ୍ ସିଜିନ୍-୧୩ ଶେଷ ହେବାକୁ ୩ବର୍ଷ ବିତିଥିବା ବେ‌ଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିବା ଖବର ସେମାନଙ୍କ ଫ୍ଯାନ୍ସମାନଙ୍କୁ ଗଭୀର ଆଘାତ ପହଁଚାଇଛି ।

mahira

ସୂଚନା ମୁତାବକ, ପାରସଙ୍କୁ ଇନଷ୍ଟାରେ ଅନଫଲୋ କରିବା ସହ ତାଙ୍କ ସହିତ ଉଠାଇଥିବା ସବୁ ଫଟୋକୁ ସୋସିଆଲ ମିଡିଆରୁ ଡିଲିଟ୍ କରିଦେଇଛନ୍ତି ମାହିରା । ଅନେକ ଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଏହି କାରଣରୁ ମାହିରା ବ୍ରେକଅପ କରିବା ସହ ପାରସଙ୍କ ସହ ଥିବା ତାଙ୍କର ସବୁ ଫଟୋ କାଟି ଦେଇଛନ୍ତି। ଏପଟେ ବ୍ରେକଅପ ପରେ ମାହିରାଙ୍କ ଅବସ୍ଥା ଭଲ ନଥିବାବେଳେ ସେ ମାନସିକସ୍ତରରେ ଭାଙ୍ଗିପଡ଼ିଥିବା କୁହାଯାଉଛି । ତେବେ ଦୁହିଁଙ୍କ ମଧ୍ୟରେ କାହିଁକି ଝଗଡ଼ା ହେଉଥିଲା? ତାହା ଏଯାଏ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.