ଭଦ୍ରକ ମାର୍କେଟ କମ୍ପ୍ଲେକ୍ସରୁ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାରି ଟାଙ୍ଗି ଦେଇଥିବା ସନ୍ଦେହ

ଭଦ୍ରକ ଟାଉନ ଥାନା ଅଧିନସ୍ତ ବନ୍ତ ଛକ ତାରିଣୀ ମାର୍କେଟ କମ୍ପ୍ଲେକ୍ସରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ଭଦ୍ରକ (କେନ୍ୟୁଜ): ଭଦ୍ରକ ଟାଉନ ଥାନା ଅଧିନସ୍ତ ବନ୍ତ ଛକ ତାରିଣୀ ମାର୍କେଟ କମ୍ପ୍ଲେକ୍ସରେ ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା। ବେକରେ ଗାମୁଛା ଲଗାଇ ସଟର ରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ତେବେ ଯୁବକ ଜଣକଙ୍କ ପରିଚୟ ମିଳି ପାରିନାହିଁ। ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ମାରି ଦେଇ ଏଠାରେ ଟାଙ୍ଗି ଦେଇଛି। ତାକୁ ନେଇ ସମସ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।ତେବେ ଟାଉନ ପୋଲିସର ତଦନ୍ତ ପରେ ଘଟଣା ପ୍ରକୃତ ରହସ୍ୟ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.