ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ମାଲକାନଗିରି ଜିଲ୍ଲା, ମାର୍ଚ୍ଚ ମାସରୁ ଅସହ୍ୟ ହେଲାଣି ତାତି

ବଦଳୁଛି ଜଳବାୟୁ, ବଢୁଛି ପାରଦ । ମାର୍ଚ୍ଚ ମାସରୁ ଗ୍ରୀଷ୍ଣ ଅନୁଭୂତି । ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସରୁ ଅସହ୍ୟ ହେଲାଣି ତାତି । ଏବେଠୁ ଜଳୁଛି ମାଲକାନଗିରି ଜିଲ୍ଲା । ବଢ଼ିବାରେ ଲାଗିଛି ତାତି । ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ମାଲକାନଗିରି ଜିଲ୍ଲା ।

ମାଲକାନଗିରି (କେନ୍ୟୁଜ): ମାର୍ଚ୍ଚ ମାସରୁ ଅସହ୍ୟ ହେଲାଣି ତାତି । ଏବେଠୁ ଜଳୁଛି ମାଲକାନଗିରି ଜିଲ୍ଲା । ବଢ଼ିବାରେ ଲାଗିଛି ତାତି । ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ମାଲକାନଗିରି ଜିଲ୍ଲା । ଆଜି ୩୬ ଡିଗ୍ରୀ ତାପମାତ୍ରା ରହିଛି । ଗତ ତିନିଦିନ ହେବ ଜିଲ୍ଲାର ତାପମାତ୍ରା ପାଖାପାଖି ୩୭ ଡିଗ୍ରୀ ରହି ଆସୁଛି । ସକାଳ ୧୧ଟା ବେଳକୁ ଟାଣ ଖରା । ତେବେ ପ୍ରତିଦିନ ଜିଲ୍ଲାରେ ତାପମାତ୍ରା ବଢି ବଢି ଚାଲିଛି । ଆଗକୁ ଆହୁରି ଉତ୍ତପ୍ତ ବଢିବାର ସମ୍ଭାବନା ମଧ୍ୟ ରହିଛି ।

ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ଗରମ ଯୋଗୁଁ ମଧ୍ୟାହ୍ନ ସମୟରେ ରାସ୍ତାଘାଟ ଜନ ଶୂନ୍ୟ ହୋଇଯାଉଛି । ଗରମରୁ ଟିକେ ତ୍ରାହି ପାଇଁ ଜୁସ ଆଉ ଥଣ୍ଡା ପାନୀୟ ଦୋକାନ କିମ୍ବା ପଇଡ଼ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଖରାରୁ ତ୍ରାହି ପାଇଁ ଲୋକଙ୍କ ମୁଣ୍ଡରେ ଛତା ଆଉ ଓଦା କପଡା ସାହାରା ପାଲଟିଛି । ଆଗକୁ ଆହୁରି ଉତ୍ତାପ ବଢିବାର ସମ୍ଭାବନା ରହିଛି ।

ହେଲେ ଜିଲ୍ଲା ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ନେଇ ନଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଏହାକୁ ନଜରରେ ରଖି ଲୋକଙ୍କୁ ସଚେତନ କରୁଛନ୍ତି । ଦ୍ବୀପ୍ରହରରେ ଲୋକେ ଅତ୍ୟନ୍ତ ଜରୁରୀ ନହେଲେ ଘରୁ ବାହାରିବାକୁ ବାରଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯିବ ବୋଲି ମାଲକାନଗିରି ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଖରା ଅଧିକାରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.