ବିଜେପି ଚିଠି ଜାଲ କରିଛି : ପ୍ରତାପ ଦେବ

ଭୁବନେଶ୍ବର(କେନ୍ୟୁଜ୍): ବିଜେପି ଚିଠି ଜାଲ କରିଛି। ମିଥ୍ୟା ଗୁଇନ୍ଦା ଚିଠି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। SIB ପଲଟିକାଲ ଡେକ୍ସ ଭଳି କିଛି ନାହିଁ । ଗତକାଲି ବିଜେପି ଦେଖାଇଥିବା ଚିଠି ଜାଲ ବୋଲି ପ୍ରତାପ ଦେବ କହିଛନ୍ତି। ସମାନ ଚିଠି କର୍ଣ୍ଣାଟକ ନିର୍ବାଚନ ବେଳେ ଆସିଥିଲା। ଓଡ଼ିଶା ଓ କର୍ଣ୍ଣାଟକ ଚିଠି ଦେଖାଇ ପ୍ରତାପ ଦେବ କହିଛନ୍ତି ଚିଠି ଦୁଇଟିର ସଂଖ୍ୟା ସମାନ ରହିଛି। ଏ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବୁ ବୋଲି ପ୍ରତାପ ଦେବ କହିଛନ୍ତି। ‘ମିଥ୍ୟା ଚିଠି ଦ୍ୱାରା ବିଭ୍ରାନ୍ତି ସୃଷ୍ଟି ନକରି ତଥ୍ୟ ସହ ନବୀନଙ୍କ ମୁକାବିଲା କର ବୋଲି ପ୍ରତାପ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.