ରାଜ୍ୟରେ କାଳିଆ ଯୋଜନାର ବଡ଼ ପ୍ରଭାବ ପଡିଛି, ଓଡ଼ିଶାରେ କୃଷି କ୍ଷେତ୍ର ସବୁଠାରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରୁଛି

ରାଜ୍ୟରେ ଶ୍ରମ ଶକ୍ତିର ୪୦ ପ୍ରତିଶତ କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଓଡ଼ିଶାରେ କୃଷି କ୍ଷେତ୍ରେ ସବୁଠାରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରୁଛି। ଦ୍ବିତୀୟ ଗ୍ରାମାଞ୍ଚଳ ୫୨ ପ୍ରତିଶତ ଶ୍ରମଶକ୍ତି କୃଷିରେ ନିୟୋଜିତ ଥିବା ବେଳେ ୧୨ ପ୍ରତିଶତ ସହରାଞ୍ଚଳରେ କାମ କରନ୍ତି। ତେଣୁ ଗ୍ରାମାଞ୍ଚଳରେ କାଳିଆ ବଡ଼ ପ୍ରଭାବ ପକାଇବାରେ ସଫଳ ହୋଇଛି।

କେନ୍ୟୁଜ୍(ବ୍ୟୁରୋ):ବର୍ତ୍ତମାନ ସୁଦ୍ଧା ୧୨ ହଜାର ୫ଶହ କୋଟି ଟଙ୍କାର କାଳିଆ ସାହାଯ୍ୟ ଯୋଗାଇ ଦିଆଗଲାଣି। ରାଜ୍ୟରେ କାଳିଆ ଯୋଜନାର ବଡ଼ ପ୍ରଭାବ ପଡିଛି। ତାର ପ୍ରମୁଖ କାରଣ ମଧ୍ୟରେ ପ୍ରଥମ, ରାଜ୍ୟରେ ଶ୍ରମ ଶକ୍ତିର ୪୦ ପ୍ରତିଶତ କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ଓଡ଼ିଶାରେ କୃଷି କ୍ଷେତ୍ରେ ସବୁଠାରୁ ଅଧିକ କର୍ମ ନିଯୁକ୍ତି ସୃଷ୍ଟି କରୁଛି। ଦ୍ବିତୀୟ ଗ୍ରାମାଞ୍ଚଳ ୫୨ ପ୍ରତିଶତ ଶ୍ରମଶକ୍ତି କୃଷିରେ ନିୟୋଜିତ ଥିବା ବେଳେ ୧୨ ପ୍ରତିଶତ ସହରାଞ୍ଚଳରେ କାମ କରନ୍ତି। ତେଣୁ ଗ୍ରାମାଞ୍ଚଳରେ କାଳିଆ ବଡ଼ ପ୍ରଭାବ ପକାଇବାରେ ସଫଳ ହୋଇଛି।

ତୃତୀୟ ଓଡ଼ିଶାରେ ପ୍ରାୟ ୨.୮୦ କୋଟି ଗ୍ରାମାଞ୍ଚଳ ଭୋଟର ଥିବା ବେଳେ ସହରାଞ୍ଚଳ ଭୋଟର ସଂଖ୍ୟା ରହିଛି ୪୧ ଲକ୍ଷ। ତେଣୁ କାଳିଆ ଯୋଗୁଁ ଗ୍ରାମାଞ୍ଚଳର ଏକ ବଡ ଭାଗ ଭୋଟର ଉପକୃତ ହେଉଛନ୍ତି। କାଳିଆ ଯୋଜନା ୨୦୧୯ ନିର୍ବାଚନରେ ଗେମ୍ ଚେଞ୍ଜର ହୋଇଥିଲା। ଏହି ଯୋଜନା ଶାସକ ଦଳକୁ ଗ୍ରାମାଞ୍ଚଳରେ ଅଧିକ ଲୋକପ୍ରିୟ କରାଇଥିଲା।


 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.