ଭୁଲ ବିଚାର କରି ପକ୍ଷପତିତା କରିବାରୁ ପୋଲିସ ଗାଡିକୁ ଅଟକାଇଲେ ଗ୍ରାମବାସୀ

ଦୀର୍ଘ ସମୟ ଧରି ହଟହଟା ହେଲା ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୁଡାମଣି ଘାଟ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଭଦ୍ରକ(କେନ୍ୟୁଜ୍): ପୋଲିସ ଗାଡିକୁ ଅଟକାଇଲେ ଗ୍ରାମବାସୀ । ଦୀର୍ଘ ସମୟ ଧରି ହଟହଟା ହେଲା ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୁଡାମଣି ଘାଟ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ନୂଆଗାଁ ଅଞ୍ଚଳର କିଛି ମତ୍ସ୍ୟଜୀବୀ କଶାଫଳଠାରେ ମା ଲକ୍ଷ୍ମୀ ବୋଟରେ କାମ କରୁଥିଲେ । ମାଛ ଧରି ଫେରିବା ପରେ ବୋଟ ମାଲିକ ସେମାନଙ୍କ ପାଉଣା ଦେଇନଥିଲା ।

ଫଳରେ ମତ୍ସ୍ୟଜୀବୀ କଶାଫଳରୁ ବୋଟକୁ ଚୁଡାମଣି ମୁହାଣକୁ ନେଇ ଆସିଥିଲେ । ଏନେଇ ବୋଟ ମାଲିକ କଶାଫଳ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ପହଂଚି ବୋଟକୁ କଶାଫଳ ପଠାଇଦେଇଥିଲେ । ଏହାର ପ୍ରତିବାଦ କରି ପୋଲିସ ଗାଡିକୁ ଅଟକ ରଖିଥିଲେ ଗ୍ରାମବାସୀ । ଘଟଣସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପରେ କଷିଆ ମେରାଇନ ପୋଲିସ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.