Below header

ସଂପର୍କରେ ଲାଗିଲା ରକ୍ତର ଛିଟା: ବଡ଼ ଭାଇର ଛୁରାମାଡ଼ରେ ଚାଲିଗଲା ସାନ ଭାଇର ଜୀବନ

କଟକ (କେନ୍ୟୁଜ): କଟକରେ ହତ୍ୟା। ଦରଘା ବଜାର ଥାନା ଅଞ୍ଚଳର, ବାଉଁସ ଗଳିରେ ଆଜି ସକାଳୁ ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ଘଟଣା ପଛରେ ପାରିବାରିକ କଳହ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

ଅଭିଯୁକ୍ତ ଅଜିମୁଲ୍ଲା ଖାଁ କୁ ଅଟକ ରଖିଛି ପୋଲିସ। ମୃତକ ଜଣକ ସଫି ଉଲ୍ଲା ଖାନ ବୋଲି ସୂଚନା ମିଳିଛି। ସାଇକେଲ ରଖିବାକୁ ନେଇ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଏକ ଛୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ। ପୂର୍ବରୁ ମଧ୍ୟ ଅନେକ ଥର ଘର ଭିତରେ ଛୋଟ ଛୋଟ ବିଷୟକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିବା ଜଣାପଡିଛି। ପାଖ ଆଖ ଘରୁ ସିସି ଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ। ହତ୍ୟାକାଣ୍ଡ କେଉଁ ଭଳି ପରିସ୍ଥିତିରେ ଘଟିଲା, ଆଉ କିଏ କିଏ ଏଥିରେ ସମ୍ପୃକ୍ତ ସେ ନେଇ ତଦନ୍ତ କରୁଛି ପୋଲିସ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.