ସେପ୍ଟେମ୍ବର ୧ ରୁ ବିଧାନସଭାର ମୌସୁମୀ ଅଧିବେସନ

ଭୁବନେଶ୍ୱର (କେନ୍ୟୁଜ୍‌) : ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏହା ସେପ୍ଟେମ୍ବର ୯ ତାରିଖ ଯାଏଁ ଜାରି ରହିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ।

ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୯ ଦିନ ମଧ୍ୟରେ ୮ ଦିନ ରହିବ କାର୍ଯ୍ୟ ଦିବସ ।  ୮ ଦିନରୁ ୭ ଦିନ ଅଫିସିଆଲ ବିଜନେସ ପାଇଁ ନିଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅଥାର୍ତ ୩ ସେପ୍ଟେଟର ପ୍ରାଇଭେଟ ମେମ୍ବର୍ସ ବିଜନେସ ପାଇଁ ଧାର୍ଯ୍ୟ ହୋଇଛି।

ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁଡ଼ିଏ ବିଲ୍ ଗୃହରେ ପାରିତ ହୋଇପାରେ। ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଗୃହରେ ଅଡୁଆରେ ପକାଇ ପାରନ୍ତି। ତେଣୁ ଶାସକ ଦଳର କଣ ରଣନୀତି ରହିବ ତାହା ଉପରେ ସବୁ ନିର୍ଭର କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.