ତାଲିବାନର ଆତଙ୍କୀ ହମଲା ପରେ ଆଫଗାନିସ୍ତାନ କ୍ରିକେଟରଙ୍କ IPL ଅଂଶ ଗ୍ରହଣକୁ ନେଇ ଉଠିଲା ପ୍ରଶ୍ନ

ଆଫଗାନିସ୍ତାନର ପରିସ୍ଥିତିକୁ ଦେଖି ଅନେକ ପ୍ରଶ୍ନ ଉଠୁଛି। ଆଗକୁ ହେବାକୁ ଥିବା କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନର ଖେଳାଳି ଭାଗ ନେବେ କି ନାହିଁ ସେ ନେଇ ଏବେ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି। ଆଫଗାନିସ୍ତାନର ଖେଳାଳି ରାସିଦ ଖାନ ଏବଂ ମହମ୍ମଦ ନବୀ ୧୯ ସେପ୍ଟେମ୍ବରରେ ୟୁନାଇଟେଡ ଆରବ ଅମୀରାତରେ ହେବାକୁ ଥିବା ଆଇପିଏଲ ୨୦୨୧ ମ୍ୟାଚରେ ଅଂଶ ଗ୍ରହଣ କରିବେ କି ନାହିଁ, ସେନେଇ ଏବେ ଚର୍ଚ୍ଚା।

ଏହାକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ଦୁଇ ଜଣ ଖେଳାଳି ଆଇପିଏଲ ୨୦୨୧ରେ ଖେଳିବେ। ଇଂଲଣ୍ଡର ପୂର୍ବ କ୍ରିକେଟର ପିଟରସନଙ୍କ କହିବା ଅନୁଯାୟୀ, ଏବେର ଭୟଙ୍କର ପରିସ୍ଥିତିରେ ରାସିଦ ଖାନ ଆଫାଗାନିସ୍ତାନରେ ନିଜ ପରିବାରକୁ ନେଇ ଚିନ୍ତିତ ଅଛନ୍ତି। ଦେଶ ବାହାରକୁ ଯିବା ପାଇଁ ସେଠାରେ କାହାକୁ ଅନୁମତି ମିଳିନାହିଁ। ଏହାସହ ବାହାର ଦେଶକୁ ଯିବା ପାଇଁ ସମସ୍ତ ଫ୍ଲାଇଟକୁ ସସ୍ପେଣ୍ଡ କରାଯାଇଛି।

କହିଦେବାକୁ ଚାହୁଁଯେ, ରାସିଦ ଖାନ ଓ ମହମ୍ମଦ ନବୀ ସନରାଇଜର୍ସ ହାଇଦ୍ରାବାଦର ପ୍ରମୁଖ ଖେଳାଳି । ତେବେ ଆଇପିଏଲର ସେକେଣ୍ଡ ଫେଜରେ ଏହି ଦୁଇ ଖେଳାଳି ଭାଗ ନେବାର ଯଥେଷ୍ଟ ସମ୍ଭାବନା ରହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.