ମଲ୍ଲି ଫୁଲ ଚାଷ କରି ମହିଳା ରୋଜଗାର କଲେ ୮୫ ହଜାର ଟଙ୍କା

ମନରେ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମାଙ୍ଗାଲୋରର ଏହି ଜସ୍ମିନ ଲେଡି। ମହିଳାଙ୍କ କାମ ତାଙ୍କୁ ଏହି ପରିଚୟ ଦେଇଛି। ମହିଳା ଜଣକ ପେଶାରେ ଜଣେ ଆଡେଭୋକେଟ୍। କିନ୍ତୁ ନିଶା ତାଙ୍କର ଫୁଲ ଚାଷ କରିବା । ଛାତ ଉପରେ ଅର୍ଗାନିକ ଫାର୍ମିଂ କରି ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା । ଏବେ ସେ ସଫଳତାର ଶୀର୍ଷରେ ପହଞ୍ଚି ଅନ୍ୟମାନଙ୍କ ପାଇଁ ପାଲଟିଯାଇଛନ୍ତି ଉଦାହରଣ।

ମାଙ୍ଗାଲୋରର ବାସିନ୍ଦା କିରଣ ପେଶାରେ ଜଣେ ଆଡଭୋକେଟ ହୋଇଥିବା ବେଳେ ନିଶା ତାଙ୍କର ଚାଷ କରିବା। ତାଙ୍କର ସବୁବେଳେ ଇଚ୍ଛା ଥିଲା ଯେ, ସେ ଚାଷ କରିବେ। କିନ୍ତୁ ଏଥିପାଇଁ ଆବଶ୍ୟକୀୟ ଜମି ଦରକାର। ଯାହା ଅଭାବରୁ ତାଙ୍କର ଏହି ଇଚ୍ଛା ଅଧାରେ ରହିଯାଇଥିଲା। କିନ୍ତୁ ଲକଡାଉନ ସମୟରେ ସେ ତାଙ୍କର ଏହି ଇଚ୍ଛାକୁ ପୂରଣ କରିଛନ୍ତି। ନିଜ ଅଧୁରା ସ୍ୱପ୍ନକୁ ପୂରଣ କରି କିରଣ ଏବେ ବହୁତ ଖୁସି।

jasmin000
pc: home care

ଗତ ବର୍ଷ ଲକଡାଉନରେ କିରଣ ଏହି ପ୍ଲାନିଂ ଆରମ୍ଭ କରିଥିଲେ। ଚାଷରେ ଅନେକ ସଫଳତା ପାଇବା ପରେ ଏବେ ସବୁଠି ଜସ୍ମିନ ଲେଡି ଭାବେ ପରିଚିତ ହୋଇପାରିଛନ୍ତି କିରଣ। ଖାଲି ସମୟକୁ ବ୍ୟର୍ଥ ନକରି ଏହାର ସଦୁପୋଯୋଗ କରିଛନ୍ତି ସେ । ଛାତ ଉପରେ କେବଳ ଜସ୍ମିନ ଯାହାକୁ ଆମେ ଓଡ଼ିଆରେ ମଲ୍ଳୀ ଫୁଲ କହିଥାଉ, ଏହାର ଚାଷ କରି ସେ ଅନେକ ଅର୍ଥ ରୋଜଗାର କରିଛନ୍ତି।

ଏଥିପାଇଁ ବେଶି ଅର୍ଥ ବି ଖର୍ଚ୍ଚ ହୋଇନାହିଁ କିରଣଙ୍କର। କେବଳ କିଛି ମାଟି କୁଣ୍ଡରେ ପ୍ରଥମେ ନର୍ସରୀରୁ ମଲ୍ଳି ଫୁଲ ଗଛ ଆଣି ଲଗାଇଥିଲେ। ଶେଷରେ ରେଜଲ୍ଟ ମଧ୍ୟ ଖୁବ ଭଲ ମିଳିଥିଲା। ଏହି ଚାଷରୁ ଏବେ ସେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। କିରଣଙ୍କ କହିବା ଅନୁଯାୟୀ, ଗଛ ଲଗାଇବାର ପାଖାପାଖି ୬ ମାସ ପର୍ଯ୍ୟନ୍ତ ସେ କିଛି ଫୁଲ ତୋଳି ନଥିଲେ। ୬ମାସ ପରେ ଫୁଲ ବିକ୍ରି କରି ରୋଜଗାର କଲେ ହଜାର ହଜାର ଟଙ୍କା। ମାସିକ ସେ ୧୫ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଏବେ ପର୍ଯ୍ୟନ୍ତ ମୋଟ ୮ ୫ ହଜାର ଟଙ୍କା ରୋଜଗାର କରିଛନ୍ତି। କେବଳ ବର୍ଷା ଋତୁ ବ୍ୟତିତ ଅନ୍ୟ ଋତୁରେ ଏହାର ଭଲ ବ୍ୟବସାୟ ହୋଇଥାଏ ବୋଲି ସେ କହିଛନ୍ତି।